ଆସୁଛନ୍ତି ମୋ ପ୍ରଭୁ ରାମ....
by Argus News
Tue, Jan 09 | 12:34 p.m.

ନୂଆଦିଲ୍ଲୀ:  ଆସୁଛନ୍ତି ମୋ ପ୍ରଭୁ ରାମ । ଏହି ଦିନକୁ କାହିଁ କେବେଠୁ ଥିଲା ଅପେକ୍ଷା। କେବଳ ଏହି ଦିନ ପାଇଁ ଲାଠି ମାଡ ଖାଇଥିଲି, ଜେଲ ଯାଇଥିଲି, ଲୁହ ବୁହା  ଗ୍ୟାସର ସାମ୍ନା କରିଥିଲି।  ୧୯୯୦ ର କଥା..  ମୁମ୍ବାଇରୁ ବାହାରି ପଡିଥିଲେ ଶାଲିନୀ ଦାବିର। ଶାଲିନୀଙ୍କ ସହ ଥିଲେ ଅନ୍ୟ କାରସେବକ।  ରାସ୍ତାରେ ତାଙ୍କ ଉପରେ ହୋଇଥିଲା  ୟୁପି ସରକାର ଓ  ପୋଲିସ୍‌ର ପ୍ରହାର ଆଉ ଅତ୍ୟାଚାର। ସ୍ୱତଃପ୍ରବୃତ ଭାବେ ସାମିଲ ହୋଇଥିବା ଏହି ରାମ ସେବକ   କିଛି ବି ଖାତି ନକରି  ରାମ  ଭଜନ ଗାଇ ଗାଇ  ୬୦ କିଲୋମିଟର ପଦଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିଥିଲେ ।  

ଆଉ ଅଯୋଧ୍ୟାରେ ରାମଙ୍କ ପତାକା ଉଡାଇ ମୁଖ୍ୟ ଶାକ୍ଷୀ ଭାବେ ଉଭା ହୋଇ ଥିଲେ ଶାଲିନୀ ଦାବିର ।   ପ୍ରଭୁ ରାମଙ୍କୁ ତାଙ୍କ ଜନ୍ମ ସ୍ଥାନରେ ଅବସ୍ଥାପିତ କରିବା ପାଇଁ  ଯେଉଁ ସଙ୍ଘର୍ଷ ଚାଲିଥିଲା  ସେଥିରେ ସାମିଲ ଥିଲେ ଏହି ୯୬ ବର୍ଷୀୟ ଶାଲିନୀ ଦାବୀର।  ୬୩ ବର୍ଷ ବୟସରେ  ପ୍ରଭୁ ରାମଙ୍କୁ ତାଙ୍କ ଜନ୍ମ ସ୍ଥାନରେ ଅବସ୍ଥାପିତ କରିବା ପାଇଁ  ଆନ୍ଦୋଳନ କରିଥିଲେ ସେ ।  ଆଜି ପ୍ରଭୁ ରାମ ତାଙ୍କ ଜନ୍ମ ସ୍ଥାନରେ ସ୍ଥାପିତ ହେବାକୁ ଯାଉଛନ୍ତି।  ରାମଙ୍କ ପାଇଁ  ଲହୁ ଲୁହ ବୁହାଇଥିବା ଶାଲିନୀଙ୍କୁ ଅଯୋଦ୍ଧାରୁ ଯାଇଛି ନିମନ୍ତ୍ରଣ।  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଶାଲିନୀ। ଖୁସିରେ ଗଦଗଦ ଏହି ରାମ ଭକ୍ତ। ଚର୍ମ ଧୁଡୁ ଧୁଡୁ ହୋଇଯାଇଛି ସତ, ଚାଲିପାରୁନାହାଁନ୍ତି କିନ୍ତୁ ତାଙ୍କ ଆଖିରେ ସେ  ଜ୍ୟୋତି ଭରି ରହିଛି ଯାହା  ପ୍ରଭୁ ରାମଙ୍କୁ ଦେଖିବା ପାଇଁ ..  

 ରାମ ଅଯୋଦ୍ଧାରେ ବିରାଜମାନ  କରିବା ନେଇ  ଅନେକ ସାଦ୍ଧୁ ଶନ୍ଥ  କଠିନ ସଙ୍କଳ୍ପ ନେଇଥିଲେ। ସେହି ପରି ସାଧାରଣ ଲୋକ ମଧ୍ୟ  ୧୯୯୦ ରେ ରାମରଥ ଯାତ୍ରାରେ ସାମିଲ ହୋଇଥିଲେ । ଏହାର ପୁରୋଧା ଥିଲେ ଲାଲ କୃଷ୍ଣ ଆଡଭାଣୀ।  ଏହି ରଥ ଗୁଜୁରାଟର ସୋମନାଥରୁ  ମହାରାଷ୍ଟ୍ର ମଧ୍ୟ ପ୍ରଦେଶ ଦେଇ ଅଯୋଧ୍ୟାରେ ପହଞ୍ଚିଥିଲା।  ସେତେବେଳେ ଉତ୍ତର ପ୍ରଦେଶର ସରକାରଙ୍କ ଥିଲା ଅକଥନୀୟ ଅତ୍ୟାଚାର। ପୋଲିସ୍ ପ୍ରଶାସନ  ପ୍ରବଳ ବିରୋଧ  ସହ   ମାର  ପିଟ୍‌ । ରାମରଥ ଯାତ୍ରା ଏବଂ କାରସେବକ ଏ ସିଲସିଲା  ୬ ଡିସେମ୍ବର ୧୯୯୨ ରେ ବାବରୀ ଢାଞ୍ଚା ଧ୍ୱଶ ହେବା  ଯାଏଁ ଚାଲିଥିଲା।  ଆଜି  ସେହି ଶୁଭମୁହୂର୍ତ୍ତ ଉପସ୍ଥିତ। ସସମ୍ତ ସାଧୁଶନ୍ଥ, ସାଧାରଣ ଲୋକଙ୍କ ମନରେ ଅପାର ଆନନ୍ଦ.. କାରଣ  ପ୍ରଭୁ ରାମ ତାଙ୍କ ଜନ୍ମ ସ୍ଥାନରେ ଅବସ୍ଥାପିତ ହେବେ। ଜାନୁଆରୀ ୨୨ ହେବ ଐତିହାସିକ ତାରିଖ..   ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରୀତ ଅନେକ ରାମଭକ୍ତ.. ଆନନ୍ଦର ଅଶ୍ରୁରେ ଭିଜିବ.. ଖୁସିର ବିଭୋର ହୋଇ  ଝୁମିବେ ରାମଲଲାଙ୍କ ସେବକ..    

ଅଧିକ ଦେଖନ୍ତୁ: 
  
 

BJD
16m ago
24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ
ଅର୍ଗସ ବ୍ୟୁରୋ: କୁଜଙ୍ଗରେ ପ୍ରତିବାଦ ସଭା କରୁଥିଲା ବିଜେଡି.. ମଂଚରେ ଦେବାଶିଷ ସାମନ୍ତରାୟଙ୍କ ସହ ଥିଲେ ଅନେକ ଆଗଧାଡିର ନେତା... କର୍ମୀଙ୍କୁ ବିରୋଧୀ ଦଳର ଭୂମିକ
ବିକାଶ ଅପହଞ୍ଚ
24m ago
ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ ଏମ୍. ପି. ଭି ୧୬
ଅର୍ଗସ ବ୍ୟୁରୋ:ମାଲକାନଗିରି:ଘଞ୍ଚ ଜଙ୍ଗଲ ଓ ପାହାଡି ପଥୁରିଆ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରୁନି ବିକାଶ,ଦେଖିବାକୁ ଗଲେ ଅଧା ରାସ୍ତାରେ ଅଟକିଯାଇଛି। ଆଉ ତାସାଙ୍ଗକୁ ଅଞ୍ଚଳବାସୀଙ୍କ ପାଇ
ରତ୍ନ ଭଣ୍ଡାର
24m ago
ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ
ଅର୍ଗସ ବ୍ୟୁରୋ: ଭିତର ରତ୍ନଭଣ୍ଡାରେ ରହିଛି କି କିଛି ଗୁପ୍ତ ଅଳଙ୍କାର ? ବନ୍ଦ ଝରକା ପଛରେ କି ରହସ୍ୟ ଲୁଚିଛି ? ଏ ସବୁ ପ୍ରଶ୍ନ ଉପରୁ ଖୁବଶୀଘ୍ର ଉଠିବାକୁ ଯାଉଛି ପରଦା। ଭିତର ରତ୍ନ ଭଣ୍ଡାର