99% ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି
by Argus News
Sat, Jul 27 | 3:06 p.m.

ଅର୍ଗସ ବ୍ୟୁରୋ: ହୃଦଘାତ । ବିଶ୍ୱସ୍ତରରେ ସର୍ବାଧିକ ମୃତ୍ୟୁ ଘଟାଉଥିବା ରୋଗ ମଧ୍ୟରୁ ଗୋଟେ । ଆଜିକାଲି ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏହା ବେଶୀ ଦେଖାଯାଉଛି । ଏମିତିକି ଅଧିକାଂଶ ଲୋକ ହୃଦଘାତ ହେଉଥିବା ଜାଣି ମଧ୍ୟ ପାରୁନାହାନ୍ତି । ଚିକିତ୍ସା କରିବା ବେଳକୁ ବିଳମ୍ବ ହେଇଯାଉଛି । ଶେଷରେ ଜୀବନ ହାରୁଛନ୍ତି ଲୋକେ ।  

 

ଏକ ରିପୋର୍ଟରୁ ଜଣାପଡିଛି ଯେ ପାଖାପାଖି 99 ପ୍ରତିଶତ ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି । ହେଲେ ହୃଦଘାତର କିଛି ଲକ୍ଷଣ ଜାଣି ରଖିବା ଦରକାର । ହୃଦଘାତର ଏହି 7ଟି ଲକ୍ଷଣକୁ କେବେ ବି ଇଗନୋର୍ କରନ୍ତୁ ନାହିଁ । ନହେଲେ ଆପଣଙ୍କୁ ଏହା ଅସୁବିଧାରେ ପକାଇପାରେ । 

  • ବାନ୍ତି ହେବା, ବଦହଜମି ହେବା, ଛାତି ଜଳିବା ଭଳି ଲାଗିବା, ପିଠି ଯନ୍ତ୍ରଣା ।
  • ବାହୁରେ ଯନ୍ତ୍ରଣା ଅନୁଭବ କରିବା , ମୁଣ୍ଡ ବୁଲାଇବା , ଅଚେତ ହୋଇଯିବା
  • ନିଜକୁ ହାଲୁକା ଅନୁଭବ କରିବା
  • ଗଳା କିମ୍ବା ଦାନ୍ତ ମାଢି ଯନ୍ତ୍ରଣା ହେବା
  • ଅଳ୍ପ କାମ କରିବା କ୍ଷଣି କ୍ଳାନ୍ତ ଅନୁଭବ କରିବା 
  • ଘୁଙ୍ଗୁଡି ମାରିବା, ଝାଳ ବୋହିବା
  • ଅଙ୍ଗ ଫୁଲିଯିବା, ହୃଦ ସ୍ପଦନର ବେଗ ବଢିବା
  • ଏହି ସବୁ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

ବେଳେ ଏମିତି ହୁଏ ଆମେ ଅଳ୍ପ କାମ କରିବା କ୍ଷଣି ଥକ୍କା ଲାଗେ । ଯଦି ବାରମ୍ବାର ଏମିତି ଥକ୍କା ଲାଗୁଛି । ତାହା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

ଗୋଡ କିମ୍ବା ପେଟରେ ମଧ୍ୟ ହୃଦଘାତର ଲକ୍ଷଣ ଦେଖାଯାଏ । ପାଦର ତଳ ଭାଗ ଫୁଲିଯିବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ଏମିତି ଦେଖା ଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 
ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ସମୟରେ ଘୁଙ୍ଗୁଡି ମାରୁଛନ୍ତି, ତେବେ ଏହା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ  । ଏହାକୁ ସ୍ଲିପ୍ ଆପ୍ନିଆ ବୋଲି ମଧ୍ୟ କୁହନ୍ତି । ଠିକ୍ ସମୟରେ ଏହାର ଚିକିତ୍ସା କରା ନଗଲେ ଏହା ସାଙ୍ଘାତିକ ହୃଦରୋଗର ଆଶଙ୍କାକୁ ବଢାଇପାରେ । ସେଥିପାଇଁ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।  

ମୋଟା ମୋଟି ଉପରେ କହିବାକୁ ଗଲେ ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ହେତୁ ହୃଦଘାତ ଭଳି ସମସ୍ୟା ବଢୁଛି । ସେଥିପାଇଁ ହୃଦୟର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି ।
ଚର୍ବି, ଲୁଣ, ଚିନି, ତେଲ ମସଲା ଯୁକ୍ତ ଖାଦ୍ୟ ହୃଦରୋଗର କାରଣ । ସେଥିପାଇଁ ଏଥିରୁ ଦୂରେଇ ରୁହନ୍ତୁ ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା