୨୪ ବର୍ଷ ସ୍ଥିର ସରକାରର ରୂପାନ୍ତରଣର ନିର୍ଦ୍ଦୟ ଦୃଶ୍ୟ
by Argus News
Fri, Mar 29 | 8:24 p.m.

ଅର୍ଗସ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ବାପା ମାଆ । ବାହୁନି କାନ୍ଦୁଛି ପରିବାର । ନୂଆପଡ଼ା କୋମନା ଥାନା ଡୋଙ୍ଗରି ପାଲି ବାସିନ୍ଦା ନାରାୟଣ ସିନ୍ଦୂର ତେଲଙ୍ଗାନାରେ ଏକ ଇଟା ଭାଟିରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ହରାଇଛନ୍ତି ଜୀବନ ।  ଚୈତ୍ରର ପତ୍ରଝଡ଼ା ପରି ଯାଉଛି ଓଡ଼ିଆ ଶ୍ରମିକଙ୍କ ଜୀବନ । ରାଜ୍ୟରେ 24 ବର୍ଷ ସ୍ଥିର ସରକାରର ଏହା ହେଉଛି ବିକାଶ ଓ ରୂପାନ୍ତରଣର ଦୁର୍ଭାଗ୍ୟଜନକ ଚିତ୍ର । ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତି ଓ ପ୍ରଚାରର ଫଳ ଭୋଗୁଛନ୍ତି ଓଡ଼ିଆ ଶ୍ରମିକ ।

3 ମାସ ମଧ୍ୟରେ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖଡ଼ିଆଳ, କୋମନା ଏବଂ ବୋଡ଼େନ ଅଞ୍ଚଳରେ ଦାଦନ ମୃତ୍ୟୁ ପରେ ବି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଏଥିସହ ଦାଦନ ପ୍ରବଣ ଜିଲ୍ଲାରେ ରାଜ୍ୟ ସରକାର ବର୍ଷକୁ 3 ଶହ ଦିନ କାମ ଯୋଗାଇ ଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଲଟିଛି ପ୍ରହସନ ।

ଏପଟେ  ପଞ୍ଜାବରେ ନିର୍ଯାତନାର ଶିକାର ହୋଇଥିବା 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଛି । ଗତ ଜାନୁୟାରୀରେ ରାଉରକେଲା ବନ୍ଧମୁଣ୍ଡା ଅଂଚଳରୁ 6 ଜଣ ଶ୍ରମିକଙ୍କୁ ମାସକୁ 10 ହଜାର ରୋଜଗାର ଲୋଭ ଦେଖାଇ ଦଲାଲ୍ ପଞ୍ଜାବର ଏକ ପ୍ଲାଏଉଡ କମ୍ପାନୀରେ ନିଯୁକ୍ତି ଦେଇଥିଲେ । ଶ୍ରମିକଙ୍କୁ ଶ୍ରମିକଙ୍କୁ ଅଧିକ ସମୟ କାମ କରାଇବା ସହ ପାରିଶ୍ରମିକ ମାଗିଲେ ମାଡ ମରାଯାଉଥିବା ଅଭିଯୋଗ ହୋଇଥିଲା ।  ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର 8 ଜଣ, ମୟୂରଭଞ୍ଜ ଜିଲ୍ଲାରୁ  2 ଜଣ ଓ ରାଉରକେଲା ଅଞ୍ଚଳରୁ 6 ଜଣ ଅଛନ୍ତି।

କରୋନା ସମୟରେ ରାଜ୍ୟକୁ ଫେରିଥିବା ପାଖାପାଖି 10 ଲକ୍ଷ ଶ୍ରମିକଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇଦେବାକୁ ଘୋଷଣା କରିଥିଲେ ସରକାର ।  ପ୍ରତିଶ୍ରୁତି ଦେଇ ସରକାର ବିଫଳ ହେବା ପରେ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଥିଲେ ଯୁବକ । ରାଜ୍ୟରେ ଦାଦାନ ଯନ୍ତ୍ରଣାରେ ପୂର୍ଣ୍ଣଚ୍ଛେଦ ପକାଇବାରେ ବିଫଳ 24 ବର୍ଷର ସ୍ଥିର ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବର୍ଷା ନେଇ ପାଣିପାଗ
13m ago
ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ: ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି
ଅର୍ଗସ ବ୍ୟୁରୋ: ଆଗାମୀ ୩ଘଣ୍ଟା ପାଇଁ ବଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟର ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରିଛି
HAIR
15m ago
ଅଧିକ ଲୋକ ସାମ୍ପୁ କଲା ବେଳେ ଭୁଲ କରିଥାନ୍ତି , ତେବେ...
ଅର୍ଗସ ବ୍ୟୁରୋ: ଯଦି ଆପଣ ଆପଣଙ୍କର କେଶରେ ଖାଲି ସାମ୍ପୁ ଆଉ କଣ୍ଡିସନର ଲଗାଉଛନ୍ତି ତେବେ ହୁଏତ ଏହା ଆପଣଙ୍କ କେଶ ପାଇଁ ଏହ ଖରାପ ହୋଇପାରେ ତେବେ ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟ
ଗଞ୍ଜେଇ
20m ago
ବାଇକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ
ବୌଦ୍ଧ: ବୌଦ୍ଧ ବ୍ଲକ୍ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ବାଇକ୍ ସହ ୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛ