ସାପ କାମୁଡାରେ ଶିଶୁର ଜୀବନଗଲା
by Argus News
Thu, May 09 | 1:20 p.m.

ଅର୍ଗସ ବ୍ୟୁରୋ: ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ ରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ ର ଶାନ୍ତି କୋରା ନିଜର ପରିବାର ସହ ହିଳୁଙ୍ଗ ଗାଁରେ ରହି ମାଗି ଯାଚି ଚଳୁଥିଲେ । ତେବେ ଆଜି ସକାଳୁ ତାଙ୍କ ସାଢେ଼ ତିନି ବର୍ଷର ପୁଅ ଘର ଆଗରେ ଖେଳୁଥିବା ସମୟର ଏକ ନାଗ ସାପ ପଶି ଆସିଥିଲା । 

ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ELECTION UPDATE
6m ago
ଝାରସୁଗୁଡ଼ାରେ ସର୍ବାଧିକ, ବଲାଙ୍ଗିରରେ ସର୍ବନିମ୍ନ ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି
ଚିଲିକା ଆସିବେ
25m ago
ଚିଲିକା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ
ଅର୍ଗସ ବ୍ୟୁରୋ: ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ରକୁ ଆସନ୍ତା ୨୩ ତାରିଖରେ ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଜେପି ପାଇଁ କରିବେ ପ୍ରଚାର
ELECTION UPDATE
33m ago
ଶଙ୍ଖ ଚିହ୍ନରେ ଭୋଟଦିଅ, ନହେଲେ ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ
ରାୟଗଡା: ଶଙ୍ଖ ଚିହ୍ନରେ ଭୋଟଦିଅ ନହେଲେ ତୁମର ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି ଜଣେ ମହିଳା ବ୍ୟାଙ୍କ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମା