ସ୍ତ୍ରୀର ମୃତ୍ୟୁର ଦିନକ ପରେ ବିଷପିଇ ଦେଇଥିଲେ ସ୍ବାମୀ
by Argus News
Sat, Sep 21 | 3:10 p.m.

ଅର୍ଗସ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ସଡ଼ଙ୍ଗି ଗାଁରେ। କଳହକୁ କେନ୍ଦ୍ରକରି ବିଷ ପିଇ ପ୍ରଥମେ ସ୍ତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ସ୍ତ୍ରୀର ମୃତ୍ୟୁ ଦୁଃଖରେ ବିଷପିଇ ଦେଇଥିବା ସ୍ବାମୀ ର ଡାକ୍ତରଖାନାରେ ମୃତ୍ଯୁ ଘଟିଛି।  ମୃତକ ସଡ଼ଙ୍ଗି ଗାଁର ମୋହନ ହୋ । ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡାକୁ କେନ୍ଦ୍ରକରି ରଜନୀ ବିଷପିଇ ମୃତବରଣ କରିଥିଲେ । ସ୍ତ୍ରୀ  ମୃତ୍ଯୁକୁ ସହିନପାରି ଗତକାଲି ସ୍ବାମୀ ମୋହନ ବିଷ ପିଇଦେଇଥିଲେ। ଗୁରୁତର ମୋହନଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳୁ କଟକ ସ୍ଥାନାନ୍ତର ପାଇଁ  ଉଦ୍ୟମ ହେଉଥିଲା ହେଲେ ସେହି ସମୟରେ ମୋହନଙ୍କର ମୃତ୍ଯୁ ଘଟିଥିଲା।  ଗାଁ ରେ ଏଭଳି ଏକ ଦୁଃଖଦ ଘଟଣାକୁନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

ଅଧିକ ପଢନ୍ତୁ ଓଡିଶା ଖବର...

ଆତିଶୀ ମର୍ଲେନ
26m ago
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ
ଅର୍ଗସ ବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ। ପଦ ଓ ଗୋପନୀୟତାର ଶପଥ କରାଇଲେ ଏଲଜି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ।ଅନ୍ୟପଟେ ନୂ
ଗିରଫ
49m ago
ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ
ଅର୍ଗସ ବ୍ୟୁରୋ: ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ ।ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରି
ସ୍କ୍ରବ ଟାଇଫସ୍
ପ୍ରଥମ ସ୍କ୍ରବ ଟାଇଫସ୍ ରୋଗୀ ଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ସ୍କ୍ରବ ଟାଇଫସରେ ଜଣେ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଙ୍କ ମୃତ୍ୟୁ I ମୃତକ ହେଲେ କଣ୍ଟାମାଲ ବ୍ଲକର ବରଡିପଦର ଗାଁ ର ରମେ