ଦିନିକିଆ ଓଡ଼ିଶା ଗସ୍ତରେ  ଧର୍ମେନ୍ଦ୍ର,  ବାଜି ରାଉତଙ୍କ ଜୟନ୍ତୀରେ ହେବେ ସାମିଲ 
by Argus News
Sat, Oct 05 | 8:20 a.m.

ଭବନେଶ୍ୱର:  ଆଜି ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ। ତାଙ୍କ ତ୍ୟାଗ ଓ ଜୀବନ ବଳିଦାନର ଗୌରବ ଗାଥାକୁ ଆଜିବି ମନେ ପକାଉଛି ଦେଶ, ମନେ ପକାଉଛି ରାଜ୍ୟ। ତେବେ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ବର ୟୁନିଟ 8 ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରେ ଚନ୍ଦ୍ରଶେଖରପୁର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ହେବେ ସାମିଲ।

ଏହା ପରେ ମଙ୍ଗଳା ବସ୍ତିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ସକାଳ 10ଟା 30ରେ ଜୟଦେବ ଭବନଠାରେ ଆୟୋଜିତ ସହିଦ ବାଜି ରାଉତଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପରାହ୍ନରେ ପଞ୍ଜାବ ଭବନରେ ପହଞ୍ଚି ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହା ପରେ କଳିଙ୍ଗଷ୍ଟାଡିୟମରେ ନିଯୁକ୍ତି ସମାରୋହରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପ୍ରତିକ୍ରିୟା
10m ago
ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ଅର୍ଗସ ବ୍ୟୁରୋ: ସେପଟେ ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। ରାଜନୀତିରେ ଜ
ମୃତଦେହ ଉଦ୍ଧାର
31m ago
ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭା
ବାଇକ୍ ଲୁଟେରା
କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା l ଶୁକ୍ରବାର ସନ୍ଧ୍ୟାରେ ଏମିତି ଏକ ବାଇକ୍ ଚୋରୀ ସିସି କ୍ୟାମେରା ରେ କଏଦ ହୋଇଛି l କେନ୍ଦ୍ରାପଡା ଲ' କଲେଜ ଛକରେ ଥିବ