ଚୀନକୁ ଚକ୍‌ମା ଦେବ ଭାରତ ! ବିଦେଶରେ ବି ଫ୍ୟାକ୍ଟ୍ରି ବସାଇବ ଟାଟା
by Argus News
Fri, Oct 04 | 3:56 p.m.

ଅର୍ଗସ ବ୍ୟୁରୋ: ଆଉ ଚଳିବନି ଚୀନର ମନମାନି । କାରଣ ବିଦେଶରେ ବି ଡିଫେନ୍ସ ଫ୍ୟାକ୍ଟ୍ରି ବସାଇବାକୁ ଯାଉଛି ଟାଟା । ଇଏ ଏମିତି ଏକ କମ୍ପାନୀ ଯିଏ ବିଦେଶରେ ପ୍ରଥମ ଥର ଲାଗି ବସାଉଛି ଡିଫେନ୍ସ ଫ୍ୟାକ୍ଟ୍ରି । ଟାଟା ଫ୍ୟାକ୍ଟ୍ରି କରିବା ପରେ ଆମେରିକା, ଋଷିଆ ଓ ଚୀନ ପରି ଦେଶ ପରି ନିଜର ପ୍ରଭାବ ବିସ୍ତାର କରିପାରିବ ଭାରତ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଟାଟାର ଏମିତି ନିଷ୍ପତ୍ତି ପରେ ଡରି ଛାନିଆ ହେଲେଣି ଚାଇନା ଓ ପାକିସ୍ତାନ । 

ଟାଟା । ଇଏ ଏମିତି ଏକ କମ୍ପାନୀ ଯାହା ପ୍ରତି ଭାରତୀୟଙ୍କ ମନରେ ଘର କରିଛି । କାରଣ ରତନ ଯେଉଁପରି ଭାବରେ ଦେଶର କଥା ଚିନ୍ତା କରନ୍ତି, ନିଜ କର୍ମଚାରୀଙ୍କୁ ଭଲପାଆନ୍ତି ତାହାର ପ୍ରମାଣ ଆମେ ସମସ୍ତେ ଅନେକ ଥର ପାଇଛନ୍ତି । ହେଲେ ବିଦେଶରେ ଏବେ ଡିଫେନ୍ସ ଫ୍ୟାକ୍ଟ୍ରିବସାଇବାକୁ ଯାଉଥିବାରୁ ଇତିହାସ ସୃଷ୍ଟି କରିବାକୁ ଯାଉଛି ଟାଟା । ସ୍ମାର୍ଟଫୋନ, ଇଭି, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବଡ଼ ନିବେଶ କରୁଥିବା ଟାଟା ଏବେ ବିଦେଶରେ ଯୁଦ୍ଧ ହତିଆର ବନାଇବ । କାରଣ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ (TASL) ମରକ୍କୋର ସେନା ପାଇଁ ନିର୍ମାଣ କରିବ ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ (WhAP) କମ୍ବାଟ ଭେଇକିଲ । ଏଥିପାଇଁ ମରୋକ୍କୋର ରୟାଲ ଆର୍ମଡ ଫୋର୍ସେସ ସହ ଟାଟା ଆଡଭାନ୍ସ ସିଷ୍ଟମ ଚୁକ୍ତି ହୋଇଛି । ଏନେଇ ଟାଟା ପକ୍ଷରୁ ବି ସୂଚନା ଦିଆଯାଇଛି ।

ମରୋକ୍କ ସେନା ପାଇଁ ଟାଟା ତିଆରି କରିବାକୁ ଥିବା ଯୁଦ୍ଧ ଯାନକୁ ଭାରତରେ ଡିଜାଇନ ଏବଂ ବିକଶିତ କରାଯାଇଛି । ଯାହାକୁ ପ୍ରତି ମୁହୂର୍ତ୍ତରେ ବଦଳାଇପାରିବ । ତିଆରି ହେଉଥିବା ଜାହାଜ ଯେକୌଣସି ପ୍ରତିକୂଳ ସ୍ଥିତିରେ କାମ କରିପାରିବ ।  ଏହା କାଦୁଅରେ ଚାଲିପାରିବ ଏବଂ ମାଇନ୍ସ ବ୍ଲାଷ୍ଟରର ବି ସାମ୍ନା କରିପାରିବ । ଯୁଦ୍ଧ ଯାନରେ ବିଭିନ୍ନ ଭାରିଆଣ୍ଟ ଯଥା ଇନଫ୍ୟାନଣ୍ଟ୍ରି ପ୍ରୋଟେକ୍ଟେଡ ମୋବିଲିଟି ଭେଇକିଲ ବା IPMV ପୂର୍ବରୁ ଭାରତୀୟ ସେନା ଏବଂ ଅର୍ଦ୍ଧ ସାମରିକ ବଳରେ ସାମିଲ ହୋଇସାଛି । ଯୁଦ୍ଧ କ୍ଷେତ୍ରରେ ସୈନିକଙ୍କୁ ସୁରକ୍ଷିତ ପହଞ୍ଚାଇବା ସହ ଗାଡ଼ି ଭିତରୁ ସେନା ଭୟଙ୍କର ଆକ୍ରମଣ ବି କରିପାରିବ। 

ଆସନ୍ତା ୩ ବର୍ଷ ମଧ୍ୟରେ ହ୍ୱିଲ୍ଡ ଆର୍ମର୍ଡ  ପ୍ଲାଟଫର୍ମ କମ୍ବାଟ ଭେଇକିଲ ନିର୍ମାଣ ସାରିବାକୁ ଟାର୍ଗେଟ୍‌ ରଖିଛି ଟାଟା । କୁହାଯାଉଛି କି ଘରୋଇ କ୍ଷେତ୍ରରେ ଚୁକ୍ତି କରିବା ଦିଗରେ ଟାଟାର ଡିଲ୍‌ ସବୁଠୁ ବଡ଼ । ଟାଟା ଯୁଦ୍ଧ ଜାହାଜ ନିର୍ମାଣ କରିବା ଚୀନ ଉପରେ ବି ବଡ଼ ପ୍ରଭାବ ପକାଇବ ବୋଲି ବେଶଷଜ୍ଞମାନେ କହିଲେଣି ।  ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନର ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
 

ଧର୍ମେନ୍ଦ୍ର
26m ago
ଦିନିକିଆ ଓଡ଼ିଶା ଗସ୍ତରେ  ଧର୍ମେନ୍ଦ୍ର,  ବାଜି ରାଉତଙ୍କ ଜୟନ୍ତୀରେ ହେବେ ସାମିଲ
ଭବନେଶ୍ୱର: ଆଜି ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ। ତାଙ୍କ ତ୍ୟାଗ ଓ ଜୀବନ ବଳିଦାନର ଗୌରବ ଗାଥାକୁ ଆଜିବି ମନେ ପକାଉଛି ଦେଶ, ମନ
ପିଏମ୍‌ କିଷାନ
32m ago
ଆଜି ଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଯୋଜନାର 18 ତମ କିସ୍ତି
ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଚାଷୀଙ୍କୁ କେନ୍ଦ୍ରର ବଡ଼ ଭେଟି। ଆଜି ଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଯୋଜନାର 18 ତମ କିସ୍ତି । ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନା
ଟିମ୍ କୋଣାର୍କ
35m ago
2ୟ ବିଜୟ ସହ ପଏଣ୍ଟ ଟେବୁଲରେ ଦୁଇ ନମ୍ବର ସ୍ଥାନରେ ଟିମ୍ କୋଣାର୍କ
ଭୁବନେଶ୍ୱର: ମୈଦାନରେ ଲିଜେଣ୍ଡ୍ସ ଆଉ ଲିଜେଣ୍ଡ୍ସଙ୍କ ଭିତରେ କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା। ଗ୍ରାଉଣ୍ଡରେ ଦଳର ଧମାକେଦାର୍ ପ୍ରଦର୍ଶନ। ଇଣ୍ଡିଆ କ୍ୟାପିଟାଲକୁ ଧୂଳିଚଟାଇଲା ଦଳ। 2