ବିଜେଡି ଶାସନରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ନାଁରେ ମହା କେଳେଙ୍କାରୀ
by Argus News
Thu, Oct 17 | 4:33 p.m.

ଅର୍ଗସ ବ୍ୟୁରୋ:  ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଗଜପତି ଷ୍ଟାଡିୟମର ଚିତ୍ର । ପ୍ରତିଦିନ ସକାଳୁ ସନ୍ଧ୍ୟାରେ ଏଠାକୁ ଅଭ୍ୟାସ କରିବାକୁ ଆସନ୍ତି ଖେଳାଳି, ପ୍ରାତଃ ଭ୍ରମଣରେ ଆସନ୍ତି ବରିଷ୍ଠ ନାଗରିକ ।  ଏହି ଖେଳ ପଡିଆରେ କେବେ ଘାସ ପକାଇବା ନାଁରେ ତ କେବେ ମାଟି  ପକାଇ ସମତଳ କରିବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍  ହୋଇଛି। 

୨୦୨୨ ମସିହାରେ ୨୦ ଲକ୍ଷ ଟଙ୍କା ଉଠାଯାଇଛି। ଦେଖନ୍ତୁ ଏ ପଡ଼ିଆର ଅବସ୍ଥା। ସହରରେ ଥିବା ଏହି ଏସକେସିଜି କଲେଜ ଖେଳ ପଡ଼ିଆରେ ବି ଘାସ ପକାଇବା ଓ ଜିମ୍ ସାମଗ୍ରୀ ଲଗାଇବା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଛି। କିନ୍ତୁ ପଡିଆରେ ଘାସର ଚିହ୍ନ ବର୍ଣ୍ଣ ନାହିଁ। ଟିକିଏ ବର୍ଷା ହେଲେ ଖେଳ କୁଦ ଦୂର କଥା ପ୍ରାତଃ ଭ୍ରମଣ କରିବା ବି କଷ୍ଟ କର । ଖେଳାଳିଙ୍କ ପାଇଁ କମ୍ ସରକାରୀ ସଭା ସମିତିରେ ଅଧିକ ହେଉଛି ଏ ପଡ଼ିଆ । ସନ୍ଧ୍ୟା ନଇଁବା ମାତ୍ରେ ଗଜପତି ଷ୍ଟାଡିୟମରେ ପସରା ମେଲାଇ ବସୁଛନ୍ତି ମଦୁଆ ।

କେବଳ ଏ ଦୁଇ ପଡ଼ିଆ ନୁହେଁ ଜିଲ୍ଲାର ୭ଟି ବ୍ଳକରେ ଏମିତି କ୍ରୀଡ଼ାର ବିକାଶ ନାଁରେ ହୋଇଛି କେଳେଙ୍କାରୀ। ଆର.ଉଦୟଗିରି, ମୋହନା, ଗୁମ୍ମା, ନୂଆଗଡ, ରାୟଗଡ଼, ଗୋଷାଣୀ, କାଶୀନଗର ବ୍ଳକର ମିନି ଷ୍ଟାଡିୟମ ବା ଖେଳ ପଡ଼ିଆ ସବୁଠି 10 ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ଦର୍ଶାଇ ଟଙ୍କା ଉଠାଯାଇଛି । କିନ୍ତୁ ଅଫିସରଙ୍କ ସହ ସଲାସୁତୁରାରେ ବିଜେଡି ନେତାମାନେ ମାଲାମାଲ୍ ହୋଇଛନ୍ତି । 

ନବୀନଙ୍କ ଶାସନରେ କ୍ରୀଡ଼ାର ବିକାଶ ନାଁରେ କେମିତି ହେଉଥିଲା ବଡ଼ ଘୋଟାଲା ତାର ବଡ଼ ପ୍ରମାଣ ହେଉଛି ଗଜପତିର ଏ ଷ୍ଟାଡିୟମ୍। ଏବେ ବିଜେପି ସରକାର କ୍ରୀଡ଼ା ଦୁର୍ନୀତିର ତଦନ୍ତ କରି ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ଉଚ୍ଚ ଜୁଆର
4m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
7m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ