ହାର୍ଟ ଆଟାକର ମୁଖ୍ୟ କାରଣ ଓ ଲକ୍ଷଣ ବିଷୟରେ ଜାଣନ୍ତୁ...
by Argus News
Tue, Mar 12 | 2:51 p.m.

ଅର୍ଗସ ବ୍ୟୁରୋ : ଆଜିକାଲି ଲୋକଙ୍କ ହୃଦୟ ସହିତ ଜଡିତ ଅଧିକ ସମସ୍ୟା ଦେଖାଯାଉଛି । ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁ ହୋଇଥାଏ । ଏହାର କାରଣ ହେଉଛି "ହୃଦଘାତ"। ଏଭଳି କ୍ଷେତ୍ରରେ କିଛି ଲୋକଙ୍କ ସମସ୍ୟା ଗମ୍ଭୀର ହେଲେ ସେମାନେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିଥାଆନ୍ତି । 

କଣ ପାଇଁ ହୁଏ ହାର୍ଟ ଆଟାକ୍ ?
ସମୟ ସହିତ, କୋରୋନାରୀ ଧମନୀରେ ବିଭିନ୍ନ ପଦାର୍ଥ ବା କୋଲେଷ୍ଟେରୋଲ ଓ ଚର୍ବିର ଗଠନ ଯୋଗୁଁ ଧମନୀର ସଙ୍କୁଚିତ ହୋଇଯାଇଥାଏ, ଯାହାକୁ କୋରୋନାରୀ ଧମନୀ ରୋଗ କୁହାଯାଏ । ଏହି ଅବସ୍ଥା ହୃଦଘାତର କାରଣ ହୋଇଥାଏ । ଧମନୀରେ ଚର୍ବି ବା କୋଲେଷ୍ଟ୍ରେରୋଲ, ,ଯୋଗୁଁ ଯେଉଁ ବ୍ଲକେଜ୍ ହୁଏ ତାହା ଉପରେ ଏକ ପରଦା ଥାଏ । ଯେତେବେଳେ ଏହି ବ୍ଲକେଜ ବଢିଯାଏ, ସେତେବେଳେ ଏହି ପରଦା ଫାଟିଯାଏ । ପରଦା ଫାଟିଯାଏ ଫଳରେ ଏହି ଧମନୀ ମାଧ୍ୟମରେ ରକ୍ତ ଜମାଟ ବାନ୍ଧିଯାଏ । ଯାହା ଫଳରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ । ଯାହାକୁ ହୃଦଘାତ ବୋଲି କହିଥାଉ । 

ହାର୍ଟ ଆଟାକର କାରଣ :
ହାର୍ଟ ଆଟାକ ହେବାର କେତେକ ରିସ୍କ ଫ୍ୟାକ୍ଟର ରହିଛି । ଯାହା କାରଣରୁ ହାର୍ଟ ଆଟାକ ହେବାର ରିସ୍କ ବଢି ଯାଇଥାଏ ।
ବୟସ : ୪୫ ବର୍ଷରୁ ଅଧିକ ବୟସ ପୁରୁଷ ଓ ୫୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଠାରୁ ସାଧାରଣତଃ ହୃଦଘାତର ଆଶଙ୍କା ଅଧିକ ।
ବଂଶାନୁଗତ : ଆପଣଙ୍କ ପରିବାରରୁ କାହାକୁ ଯଦି ହୃଦଘାତ ହୋଇଥାଏ । ତେବେ ହାର୍ଟ ଆଟାକର ରିସ୍କ ଅଧିକ ଥାଏ ।
ଉଚ୍ଚରକ୍ତଚାପ : ସମୟ ସହିତ, ଉଚ୍ଚ ରକ୍ତଚାପ ଆପଣଙ୍କ ଧମନୀକୁ ନଷ୍ଟ କରିଦିଏ, ଯାହା ହାର୍ଟ ଆଟାକର କାରଣ ହୋଇଥାଏ ।
ଡାଇବେଟିସ୍ : ଧୂମପାନ, ମେଦବହୁଳତା, ବ୍ୟାମୟାମର ଆଭାବ, ମଦ୍ୟପାନ, ଚାପ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ମଧ୍ୟ ହାର୍ଟ ଆଟାକର କାରଣ ହୋଇଥାଏ । 

ଲକ୍ଷଣ : 
ଯଦି ଛାତି ଯନ୍ତ୍ରଣା କିମ୍ବା ଚାପ ହୃଦଘାତ ସବୁଠାରୁ ସାଧାରଣ ଲକ୍ଷଣ, ହୃଦଘାତରେ ପୀଡ଼ିତ ମାନେ ବିଭିନ୍ନ ଅବସ୍ଥା ଅନୁଭବ କରିଥାନ୍ତିଇ । ଯଥା - ଛାତି ଯନ୍ତ୍ରଣା, ଦାନ୍ତ ଓ ଦାନ୍ତ ମାଢିରେ ଅଧିକ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଛାତି ପୋଡ଼ାଜ୍ଜଳା ହେବ, ବାହୁ ବା କାନ୍ଧ ବିନ୍ଧିବା, ଉପର ପିଠି ଯନ୍ତ୍ରଣା, ଅଧିକ ଝାଳ ବୋହିବା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ମାନ ଲକ୍ଷଣ ଦେଖା ଦେଇଥାଏ ।

ହୃଦଘାତ ଡ଼ାକିଆଣେ ଏହି ସବୁ ବିପଦ : 
ହାର୍ଟ ଫେଲ : ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ ପମ୍ପିଙ୍ଗ କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନ ମାତ୍ରା କମିଯାଏ । ଏହା ଯୋଗୁଁ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକ ଯଥେଷ୍ଟ ପରିଣାରେ ରକ୍ତ ପାଇପାରନ୍ତି ନାହିଁ । ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇ ପଡ଼ିଥାଏ । ତେବେ ହୃଦଘାତ ପରବର୍ତ୍ତୀ ପର୍ଯ୍ୟାୟରେ ହାର୍ଟ ଫେଲ୍ୟୁଅର ଆଡ଼କୁ ଗତି କରିଥାଏ । 

ଭେଣ୍ଟ୍ରିକୁଲାର ଫାଇବିଲେସନ୍ : 
ଭେଣ୍ଟ୍ରିକୁଲାର ଫାଇବିଲେସନ୍ ହେଉଛି ଏକ ହୃଦୟର ଗତି ସମସ୍ୟା, ଯେତେବେଳେ ହୃଦସ୍ପନ୍ଦନ ଦ୍ରୁତ, ତ୍ରୁଟିପୂର୍ଣ୍ଣ ହୋଇଥାଏ, ସେତେବେଳେ ଏହି ସମସ୍ୟା ଦେଖାଯାଏ । ଫଳରେ ହୃଦୟରେ ଥିବା ଚାମ୍ବର ରକ୍ତକୁ ପମ୍ପ କରିପାରି ନଥାଏ । ଫଳରେ ହୃଦଘାତ ହୋଇଥାଏ । ଭେଣ୍ଟ୍ରିକୁଲାର ଫାଇବିଲେସନ୍, ଏକ ଜରୁରୀ କାଳିନ ପରିସ୍ଥିତି ଯାହା ତୁରନ୍ତ ଡାକ୍ତରୀ ଚିକିତ୍ସି ଆବଶ୍ୟକ କରେ, ବ୍ୟାକ୍ତିକୁ ସେକେଣ୍ଡ ପାଇଁ ଅଚେତ କରିଦିଏ । ଏହା ହେଉଛି ହୃଦଘାତ ଏକ କାରଣ । 

ଚିକିତ୍ସା : 
ଯଦି ଆପଣ ହୃଦଘାତର କୌଣସି ଲକ୍ଷଣ ବିଷୟରେ ଜାଣିବାକୁ ପାଉଛନ୍ତି । ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ପ୍ରଥମେ ଡାକ୍ତର ଆପଣଙ୍କର ରକ୍ତଚାପ, ନାଡ଼ ଓ ତାପମାତ୍ରା ଯାଞ୍ଚ କରିବେ । ଏହା ଛଡ଼ା ଡ଼ାକ୍ତର ଆପଣଙ୍କ ଇସିଜି ଓ ରକ୍ତ ପରୀକ୍ଷା କରିବେ ।

ଅଧିକ ପଢନ୍ତୁ ସ୍ୟାସ୍ଥ୍ୟ ଖବର

ଯଦି ଆପଣଙ୍କର ହୃଦଘାତ ହୋଇଛି କିମ୍ବା ଅଛି, ତେବେ ଡ଼ାକ୍ତର ଆପଣଙ୍କର ଅତିରିକ୍ତ ପରୀକ୍ଷା ମଧ୍ୟ କରିପାରନ୍ତି, ଯେପରିକି ଛାତି ଏକ୍ସରେ, ଇକୋକାର୍ଡିଓଗ୍ରାର୍‍ କୋରୋନାରି କ୍ୟାଥେଟେରିଜେସନ୍, କାର୍ଡିଆକ୍ ସିଟି ତଥା ଏମଆରଆଇ ।    

ମୁଖ୍ୟମନ୍ତ୍ରୀ
9m ago
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ