ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ଦୁଇଜଣ ଗିରଫ 
by Argus News
Fri, Mar 29 | 12:25 p.m.

କଟକ: ବଡ଼ମ୍ବା ପୋଲିସ ବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଖବର ପାଇ ବେଆଇନ ଭାବେ ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲେ। ବଡମ୍ବା ଥାନା ଅଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଅମାନ୍ତିଆ ଗ୍ରାମର ଏକ ଦୋକାନ ଘରୁ ୫୪୩ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲେ ।

ଘଟଣାରେ ସମ୍ପୃକ୍ତ ଥିବା ବେଲିଆପାଳ ଗ୍ରାମର ଶରତ କୁମାର ସାହୁ ଓ ଅମାନ୍ତିଆ ଗ୍ରାମର ନକୁଳ ବେହେରାଙ୍କୁ ଗିରଫ କରିଥିଲେ `। ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରଙ୍କ ସୂଚନା ଆନୁସାରେ ବିଦେଶୀ  ଓ ଦେଶୀ ମଦ ମିଶାଇ ସର୍ବମୋଟ ୫୪୩ଲିଟର, ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବବୋଲି ଜଣା ପଡ଼ିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ବଜ୍ରପାତରେ
5m ago
ବଜ୍ରପାତରେ ଜଣେ ମୃତ
ଅର୍ଗସ ବ୍ୟୁରୋ: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ଗ୍ରାମରେ। ମୃତକ ହେଲ
MIGRANT DEATH CASE
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ