ଅଙ୍ଗନୱାଡ଼ି କେନ୍ଦ୍ରରେ ପଡ଼ିଛି ତାଲା: ଗଛ ମୂଳେ ଚାଲିଛି ପାଠପଢ଼ା
by Argus News
Mon, Dec 11 | 2:57 p.m.

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାର ପାଠପଢ଼ାକୁ ନେଇ ବହୁ ଯୋଜନା କରୁଛନ୍ତି ସତ କିନ୍ତୁ ଦୁର୍ଗମ ଅଞ୍ଚଳରେ ଏହି ଯୋଜନା ରୂପାୟନ ହୋଇପାରୁନି। ଅଙ୍ଗନଓ୍ବାଡି କେନ୍ଦ୍ରରେ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେଲା ଝୁଲୁଛି ତାଲା। ଆପଣ ଥରେ ଭାବିଲେ ପିଲାମାନେ ପାଠପଢ଼ିବାରେ କେତେ ହଇରାଣ ହେଉଥିବେ। ସେଥିପାଇଁ ଗଛ ତଳେ ବସି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ପିଲା। 

ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧିନ କୁର୍ସି ପଞ୍ଚାୟତ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ। ଏହି କେନ୍ଦ୍ରରେ ସମୁଦାୟ ୧୩୦ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ତାଲା ଝୁଲୁଥିବା ଦେଖି ବର୍ତ୍ତମାନ ୨୦ପିଲା ଆସୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ ଅକ୍ଟୋବର୨୦୨୩ ରେ ଉକ୍ତ କେନ୍ଦ୍ରର କର୍ମଚାରୀ ବିଣାପାଣି ରାଉତରାୟ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ନିଯୁକ୍ତି ପାଇଁ ଦରଖାସ୍ତ ଦିଆଯାଇଥିଲା। ଏଥିରେ ନୂଆପାରାର ୪ ଜଣଙ୍କ ସମେତ ଅନ୍ୟ ପଞ୍ଚାୟତର ମିଶି ମୋଟ ୮ ଜଣ ଆବେଦନ କରିଥିଲେ। ଅଗନ୍ତୀ ବାଇଗଣ୍ଡ ନାମ୍ନୀ ଜଣେ ମହିଳା ଅଧିକ ମାର୍କ ରଖିଥିବାରୁ ୨୦୨୩ ମସିହା ଅକ୍ଟୋବର ୩୦ ତାରିଖରେ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି । ତେବେ ଉକ୍ତ ଗ୍ରାମର ଅନ୍ୟଜଣେ ମହିଳା  ଆଶାୟୀ ପ୍ରାର୍ଥୀ ଥିଲେ ଉକ୍ତ ମହିଳାଙ୍କୁ କାହିଁକି ନିଯୁକ୍ତି ମିଳିଲା ନାହି ବୋଲି ବିରୋଧ କରି  ଗ୍ରାମର କିଛି ଲୋକ ଆଜିକୁ ମାସେ ୮ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକେଇ ଥିବା ସୂଚନା ମିଳିଛି।

ତେବେ ତାଲା ପଡିବା ଘଟଣା ସମ୍ପର୍କରେ ଉମରକୋଟ ସିଡିପିଓ ସଂଯୁକ୍ତା ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବରୁ ମୁଁ ଘଟଣାସ୍ଥଳରେ ଯାଇ ସେମାନଙ୍କୁ ବୁଝାଶୁଝା କରିଥିଲି କିନ୍ତୁ ସେମାନେ ତାଙ୍କ ଜିଦରେ ରହିଛନ୍ତି। ପୁଣିଥରେ ସେହି ଗାଁକୁ ଯାଇ ଯେପରି ଖୁବଶୀଘ୍ର ଅଙ୍ଗନବାଡ଼ି ଖୋଲିବ ତାର ବ୍ୟବସ୍ଥା କରିବି ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ସରପଞ୍ଚ କହିଛନ୍ତି ଅଙ୍ଗନବାଡି ତାଲା ପଡ଼ିବା ଦ୍ୱାରା ପିଲା ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଯେପରି ଏହାର ସମାଧାନ ତୁରନ୍ତ ବାହାର କରନ୍ତୁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ରାଜ୍ୟରେ ଲାଗୁ ହେବ
11m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର