ଆଗକୁ ଆହୁରି ଅନେକ କିଛି ବିଜେଡିରେ ଘଟିବାକୁ ଯାଉଛି: ଅମର ଶତପଥୀ
by Argus News
Thu, Oct 17 | 7:07 p.m.

ଅର୍ଗସ ବ୍ୟୁରୋ:  ବରିଷ୍ଠ ନେତାଙ୍କୁ ଦଳରୁ ବାହାରିଯିବା କଥା କହିବା ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ପଡିଲା ମହଙ୍ଗା । ପ୍ରତି ଜବାବ୍ ରଖି ବର୍ଷିଲେ ନିକଟରେ ବିଜେଡି ଛାଡିଥିବା ଦଳର ବରିଷ୍ଠ ନେତା ଅମର ଶତପଥୀ । କେବଳ ବିର୍ଷିଲେ ନାହିଁ ବରଂ ଦଳର ଭବିଷ୍ୟତକୁ ନେଇ ରଖିଲେ ମଧ୍ୟ ବିସ୍ଫୋରକ ବୟାନ । ଦୁଇ ଦିନ ତଳେ ଅମର ଶତପଥୀ ଗଣମାଧ୍ୟମରେ ବାୟନ ରଖିବା ପରେ ତାଙ୍କୁ ସିଧାସଳଖ ଦଳ ଛାଡିଦେବାକୁ କହି ତାତ୍ସଲ୍ୟ କରିଥିଲେ ଲେଲିନ୍  ।

ଯାହାର ଜବାବରେ ଅମର କହିଛନ୍ତି ବିଜୁ ଜନତା ଦଳ ଗଠନ ରେ ନଥିବା ନେତା ବାସ୍ତବତାକୁ ନ ବୁଝି ବହୁତ କିଛି କହୁଥିବାରୁ ସେମାନଙ୍କ ପ୍ରତି ମୋର ଦୟା ଆସୁଛି । ମୁଁ ସଭାପତିଙ୍କୁ ପ୍ରଶ୍ନ କରିଥିଲି ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଛଦ ପଟରେ କିଏ ଅଛି ସାମ୍ନା ପଟରେ କିଏ ଅଛି ତାହା କହିବାକୁ ଚାହୁଁନି । ମାତ୍ର ଦଳର ପ୍ରଭୁତ କ୍ଷତି ସେହିମାନେ ହିଁ କରୁଛନ୍ତି । ଅମର ଆହୁରି କହିଛନ୍ତି ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହା ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ କହିବା ଆରମ୍ଭ କରିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନ ରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି । ଯାହାର ଜବାବ ରଖିଛନ୍ତି ବିଜେଡି ନେତା ସୁଧୀର ସାମଲ।

ପ୍ରଶ୍ନ ଦଳର ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ କାଉଣ୍ଟର କରିବାକୁ ମୁଖପାତ୍ର ଲେଲିନ୍ ମହାନ୍ତିକୁ କହିଥିଲା କିଏ । କାହା ନିଷ୍ପତ୍ତିରେ ଲେଲିନ୍ ଆସି ବରିଷ୍ଠ ନେତାଙ୍କୁ ଦଳରୁ ବାହାରିଠିବାକୁ ଦେଲେ ମନ୍ତବ୍ୟ । ସୁଲତା ଦେଓଙ୍କ ଖବର ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରସାରଣ କରିବାକୁ ନେଇ ସାମ୍ବାଦିକ ସମ୍ମୀଳନି କରିଥିଲେ ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । କିନ୍ତୁ ଏଠି ଦଳର ବରିଷ୍ଠ ନେତାଙ୍କ ଅଭିଯୋଗ ବେଳେ ନା ସଭାପତି ନା ସମନ୍ବୟ କମିଟି ଅଧ୍ୟକ୍ଷ କେହି ସାମ୍ନାକୁ ନ ଆସି ମୁଖପାତ୍ର ଆସି ଏପରି କହିବା ପ୍ରଚ୍ଛଦପଟର ନିଷ୍ପତ୍ତି ନଥିଲା ତ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
10m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
13m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ