ଅର୍ଗସ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା 16 ତାରିଖରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ଆଶଙ୍କା ରହିଛି । ଏହାର ପ୍ରକୋପରେ ୧୫ ତାରିଖ ଅପରାହ୍ନରେ ସ୍ବଳ୍ପରୁ ମଧଅୟମ ଧରଣର ବର୍ଷା ହେବାକୁ ଥିବାବେଳେ ୧୬ ତାରିଖରେ ବଢିବ ବର୍ଷାର ପରିମାଣ ।
ଅଧିକ ପଢନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ୧୫ରୁ ବଦଳିବ ପାଗ
ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, କଟକ , ଭଦ୍ରକ ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି. ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି. ସେହିପରି ୧୭ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳଇକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।
ପାଣିପାଗ ଖବର ଆହୁରି ପଢନ୍ତୁ