୧୩ ସୂତାକଳ ବନ୍ଦ ପରେ ଏବେ ପୁଣି ବୟନ ଶିଳ୍ପ ପାଇଁ ଘୋଷଣା
by Argus News
Wed, Dec 06 | 8:46 p.m.

ଅର୍ଗସ ବ୍ୟୁରୋ : କଟକ ଚୌଦ୍ବାରରେ ପ୍ରତିଷ୍ଠା ହେବ ବହୁ ପ୍ରତିକ୍ଷୀତ ବୟନ ଶିଳ୍ପ ପ୍ରତିଷ୍ଠାନ । ସମ୍ବଲପୁରର ନିଲ ଡୁଙ୍ଗୁରୀରେ ବି ନିର୍ମାଣ ହେବ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଓ ଡି.ଆଇ ପାଇପ କାରଖାନା । ଦୁଇଟି ଶିଳ୍ପ ପ୍ରତିଷ୍ଠାନ ଲାଗି ୱେଲସ୍ପନ କମ୍ପାନୀକୁ ମଞ୍ଜୁରି ଦେଇଛି ରାଜ୍ୟ କ୍ୟାବିନେଟ । ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁଇଟି ଶିଳ୍ପ ଦ୍ବାରା ରାଜ୍ୟରେ ୬୬୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୨୦,୦୦୦ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ଚୌଦ୍ବାରରେ ସୁତାରୁ ଆରମ୍ଭ କରି କପଡା ପ୍ରସ୍ତୁତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯିବ । ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ ହିସାବରେ କପାକୁ ବ୍ୟବହାର କରାଯାଉଥିବାରୁ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଆଦି ଜିଲ୍ଲା ମାନଙ୍କୁ ବେଶ ଫାଇଦା ମିଳିବ । ସେଠାକାର କୃଷକ ମାନଙ୍କ ଦ୍ବାରା ଉତ୍ପାଦିତ କପାକୁ ଉଚିତ ମୁଲ୍ୟ ଦେୟରେ କିଣି ସେମାନଙ୍କୁ କପା ଚାଷ ପାଇଁ ଉତ୍ସାହିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ କପା ଉତ୍ପାଦନ କରୁଥିବା ଚାଷୀ ଏବେ ରାଜ୍ୟରେ ପାଉନାହାଁନ୍ତି ନଜ ଝାଳର ମୁଲ । ମଣ୍ଡି ନ ଥିବାରୁ ମହାରାଷ୍ଟ୍ରକୁ ଯାଉଛି ଓଡିଶାର କପା । ସୂବର୍ଣ୍ଣପୁରର କପା ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ ବି ଖୋଲୁନି ମଣ୍ଡି । ସେପଟେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ କିପରି ଶିଳ୍ପ ସଂସ୍ଥା ବୁଡିବାରେ ଲାଗିଛି । ତିର୍ତ୍ତୋଲ ସୁତାକଳ, ଓଟିଏମ୍, ପାର୍ବତୀ ପାୱାରଲୁମ୍-ଜଗତସିଂହପୁର, ରାମନଗର ପାୱାରଲୁମ୍-ବରଗଡ,ବାରିପଦା ପାୱାରଲୁମ୍-ମୟୁରଭଂଜ, ମହାଲକ୍ଷ୍ମୀ ପାୱାରଲୁମ୍-ସୁନ୍ଦରଗଡ, ବଳଦେବଜୀଉ ପାୱାରଲୁମ୍-କେନ୍ଦ୍ରାପଡା,ମା ବାଉତୀ ପାୱାରଲୁମ୍-ଆଠଗଡ,ମାଣିକେଶ୍ୱରୀ ପାୱାରଲୁମ୍-କଳାହାଣ୍ଡି, ମଧୁନଗର,ବରୁଣେଇ ବ୍ରହ୍ମପୁର ପାୱାରଲୁମ୍ ସମେତ ୧୩ ଟା ସ୍ପିନିଂ ମିଲ୍ ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି । 

ଗୋଟିଏ ପଟେ ରାଜ୍ୟର ସୁତାକଳ ବନ୍ଦ ହେଉଛି । ଅନ୍ୟ ପଟେ ରାଜ୍ୟର କୁଶଳୀ କାରିଗର ଅନ୍ୟରାଜ୍ୟର ବୟନ ଶିଳ୍ପକୁ ସମୃଦ୍ଦ କରୁଛନ୍ତି । ସୁରଟ ସମେତ ଅନ୍ୟ ରାଜ୍ୟରେ ବୟନଶିଳ୍ପକୁ ସମୃଦ୍ଧ କରିବାରେ ଓଡିଆ ଶ୍ରମିକଙ୍କ ଝାଳ । ହେଲେ ଓଡିଆ କୁଶଳୀ କାରିଗର ପାଇଁ ରାଜ୍ୟରେ ଖୋଲୁନି ବୟନ ଶିଳ୍ପ ? ବନ୍ଦ ପଡିଥିବା ସୂତାକଳ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ କାହିଁକି ମନ ବଳାଉ ନାହାନ୍ତି ରାଜ୍ୟ ସରକାର ? କାହିଁକି ଓଡିଶାର କପା ଯାଉଛି ମହାରାଷ୍ଟ୍ର ? କାହିଁକି ରାଜ୍ୟର କପା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ ? ଏ କଣ ୨୪ ବର୍ଷ ସରକାରର ପୁରୁଷାର୍ଥ ? 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ