ଜେଲ ଭିତରେ ସୁରକ୍ଷିତ ନାହାନ୍ତି କଏଦୀ
by Argus News
Sat, Mar 23 | 6:32 p.m.

କଟକ: "ଯୋଜନାବଦ୍ଧ ଭାବେ ମୋ ଭାଇକୁ ମାରି ଦିଆଯାଇଛି,, ଜେଲ ଭିତରେ ସୁରକ୍ଷିତ ନାହାନ୍ତି କଏଦୀ"। କେନ୍ଦୁଝରର ବିଚାରଧୀନ କଏଦୀ ଅଜୟ ଦାସଙ୍କ ମୃତ୍ୟ ଘଟଣାରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଭାଇ।   କେନ୍ଦୁଝର ସଦର ଥାନା ଭୋଦବାହାଲି ଗାଁର ୨୫ ବର୍ଷୀୟ ଯୁବକ ଅଜୟ ଦାସ ଦୁଷ୍କର୍ମ ଅଭିଯୋଗରେ ଗତ ୧୧ ମାସ ହେଲା କେନ୍ଦୁଝର କେନ୍ଦ୍ରୀୟ ଜେଲରେ ବିଚାରଧୀନ ବନ୍ଦୀ ଭାବେ ଥିଲେ ।

ଗତକାଲି ଅପରାହ୍ନରେ ଜେଲ୍ ପାଇଖାନା ଟାଙ୍କି ସହ ସଂଯୋଗ କରିଥିବା ଏକ ପାଇପ୍ ସାହାଯ୍ୟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜେଲ୍ ୱାର୍ଡରମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଭେଷଜ ୱାର୍ଡରେ ଭିର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସନ୍ଧ୍ୟାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ଗତକାଲି ବିଳମ୍ବତ ରାତ୍ରୀରେ ଅଜୟଙ୍କ ମୃତ୍ୟୁ ହୋଇଛି।  

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019