ହିମାଳୟରୁ ଉଡ଼ିଆସିଲା ବିରଳ ପ୍ରଜାତିର ଶାଗୁଣା
by Argus News
Sun, Jan 28 | 12:11 p.m.

ଅର୍ଗସ ବ୍ୟୁରୋ : ହିମାଳୟରୁ କନ୍ଧମାଳକୁ ଉଡ଼ିଆସିଲା ବିରଳ ପ୍ରଜାତିର ବିରାଟକାୟ ଶାଗୁଣା । ଦୀର୍ଘ ସମୟ ଧରି ଉଡାଣ ପରେ ଅସୁସ୍ଥ ହୋଇପଡିଛି ଶାଗୁଣା। ଅସୁସ୍ଥ ଶାଗୁଣାକୁ ବନ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା କରିଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମପଂଚାୟତର ଟେଲାପାଲି ଗ୍ରାମ ନିକଟ ନଦୀରୁ ଏହି ବିରଳ ପ୍ରଜାତିର ଶାଗୁଣାକୁ ଉଦ୍ଧାର କରାଯାଇଛି । 

ଗ୍ରାମର କିଛି ଲୋକ ନଦୀକୁ ଶୌଚ ହେବାପାଇଁ ଯାଇଥିବା ବେଳେ ଶାଗୁଣାଟିକୁ ଦେଖିଥିଲେ ଏବଂ ଫିରିଙ୍ଗିଆ ବନ ବିଭାଗକୁ ଖବର ଦେଇଥିଲେ । ପରେ ଫିରିଙ୍ଗିଆ ରେଞ୍ଜର ରବୀନ୍ଦ୍ର କୁମାର ପାତ୍ର ଗ୍ରାମକୁ ଯାଇ ନଦୀ କୁଳରୁ ଆହତ ଶାଗୁଣାକୁ ଉଦ୍ଧାର କରିଥିଲେ ଏବଂ ଫୁଲବାଣୀ DFOଙ୍କୁ ଖବର ଦେବା ସହିତ ଅସୁସ୍ଥ ଶାଗୁଣାକୁ ଫୁଲବାଣୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ସେଠାରେ ଶାଗୁଣାର ଆବଶ୍ୟକ ଚିକିତ୍ସା କରିବା ସହିତ  ଶାଗୁଣାକୁ ପରବର୍ତ୍ତୀ ସମୟରେ ନନ୍ଦନକାନନକୁ ପଠେଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଫୁଲବାଣୀ DFO ପ୍ରଶାନ୍ତ ପଟେଲ କହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର.

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ