ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ
by Argus News
Tue, Oct 22 | 3:20 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ବଢାଇଲା ପରିବା ଦର । ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟମରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ । ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇଛନ୍ତି ବେପାରୀ। ତେବେ ବାତ୍ୟା ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସ୍ପଷ୍ଟ ହେବା ପରେ ଲୋକେ ଆଗୁଆ ପରିବା କିଣି ଗଚ୍ଛିତ ରଖିବା ଆରମ୍ଭ କରିଛନ୍ତି ଯାହା ଫଳରେ ପରିବା ବଜାରରେ ଲାଗିଛି ନିଆଁ ଆଉ ଦର ହୋଇଛି ଆକାଶ ଛୁଆଁ। 

କଟକ ଅର୍ବାନ୍ ହାଟରେ ଆଳୁ ଧଡ଼ା ପ୍ରତି 80 ଟଙ୍କା ଥିବା ବେଳେ ଆଜି 100 ଟଙ୍କାରେ ପହଞ୍ଚିଛି। ସେହିଭଳି ପୋଟଳ 70, ବାଇଗଣ 60, ସାରୁ 50, ଲଙ୍କା କିଲୋ 200, ପିଆଜ କିଲୋ 60, ଅଦା 100, ରସୁଣ 400, ଝୁଡ଼ଙ୍ଗ 60, ବିନ 80, ଭେଣ୍ଡି 80, ଜହ୍ନି 50, ବିଲାତି 70ରେ ବିକ୍ରି ହେଉଛି l
ଅନ୍ୟପଟେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନ ହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

ଓଡ଼ିଶାରେ ଲୋକ ଚାଷ କରୁ ନାହାନ୍ତି। ପନିପରିବାର ଅଭାବ ଦେଖାଯାଉଛି। ବିଭିନ୍ନ ରାଜ୍ୟରୁ ପରିବା ଆସେ । କର୍ଣ୍ଣାଟକ, ନାସିକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଏବେ ଲଗାଣ ବର୍ଷା। ବର୍ଷା ଛାଡିବାର ନାଁ ନାହିଁ। ତେଣୁ ସେଠୁ ଓଡିଶାକୁ ପନିପରିବା ଆଣିବା ବେଳେ ରେଟ ଅଧିକ ରହୁଛି, ସେହି ଅନୁସାରେ ଗାଡି ଭଡା ଅନ୍ୟ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପରିବା ଦର ଟିକେ ରେଟ ରହୁଛି। ରାଜ୍ୟରେ ବର୍ଷା ଛାଡିଲେ ସ୍ୱାଭାବିକ ସ୍ଥିତି ହୋଇଯିବ ବୋଲି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ୱାଇଁ।।ଯୋଗାଣ ବିଭାଗର ବୈଠକ ବସିବାକୁ ଥିବା ବେଳେ ରାଜ୍ୟସରକାରଙ୍କ  ବାତ୍ୟା ସହ କଳାବଜାରୀ ରୋକିବା ଉପରେ ରହିଛି ନଜର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର