ସ୍କୁଲ ପାଣି ଟାଙ୍କି ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ
by Argus News
Fri, Jun 28 | 4:14 p.m.

ଅର୍ଗସ ବ୍ୟୁରୋ: ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଛାତ୍ର ମୃତ। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ପଦମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲ (ଆବାସିକ ବିଦ୍ୟାଳୟ)ର ପାଣି ଟାଙ୍କି ଭୁଶୁଡ଼ିବାରୁ ଜଣେ ୧୦ ବର୍ଷର ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ନାରାୟଣ ଟୁଡୁ। ସେ ନର୍ସରୀରେ ପଢୁଥିଲେ। ତେବେ ଆଜି ସକାଳ ସାତଟା ସମୟରେ ଛାତ୍ର ନାରାୟଣ ଖାଇସାରି ହାତ ଧୋଇବାକୁ ଯାଇଥିଲେ। ଏହି ସମୟରେ ଛାତରେ ଥିବା ପାଣି ଟାଙ୍କି ଭୁଶୁଡ଼ି ଯିବାରୁ ନାରାୟଣଙ୍କ ଉପରେ ପଡ଼ିଥିଲା। 

ତାଙ୍କୁ ଗୁରୁତର ଅବସ୍ଥାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପିଲାଟିର ଘର ଖୋର୍ଦ୍ଧା ଜିଲ୍ଲା ବାରଙ୍ଗ ବୋଲି ଜଣାପଡିଛି। ଏହି ଘଟଣା ମୃତ୍ୟୁ ଘଟଣାରେ ବାଲେଶ୍ୱର ଜିଲ୍ଲାପାଳ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଏମଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର