ଗାଧୋଉ ଥିବାବେଳେ ଡ୍ୟାମରେ ବୁଡ଼ି ଛାତ୍ର ନିଖୋଜ
by Argus News
Mon, Feb 12 | 4:08 p.m.

ଅର୍ଗସ ବ୍ୟୁରୋ: ଗାଧୋଉ ଥିବା ବେଳେ ଡ୍ୟାମରେ ବୁଡ଼ି ଛାତ୍ର ନିଖୋଜ । ରାୟଗଡ଼ା ସଦର ବ୍ଲକ ସିଲଟିଗୁଡା ଡ୍ୟାମରେ  ବୁଡି ଛାତ୍ର ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ରାୟଗଡ଼ା ସହର ସାଇପ୍ରିୟା ନଗର ବାସିନ୍ଦା ଏବଂ ସେ UGMIT ରେ ପଢ଼ନ୍ତି । ତାଙ୍କ ନାମ ବି.ଚୈତନ୍ୟ, ବୟସ ୧୯ ବର୍ଷ । ଗତକାଲି ସାଙ୍ଗ ମାନଙ୍କ ସହ ଡ୍ୟାମକୁ ଯାଇ ପହଁରିବା ବେଳେ ମଝିରେ ବୁଡି ଯାଇଥିଲେ । ଡ୍ୟାମ୍ ଭିତରେ ସାଙ୍ଗ ମାନେ ଚୈତନ୍ୟଙ୍କୁ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଖୋଜାଖୋଜି କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ