କମ୍ବିଙ୍ଗ ଅପରେସନ ବେଳେ ବଡ଼ ଅଘଟଣରୁ ଅଳ୍ପକେ ବର୍ତିଲେ ଯବାନ
by Argus News
Wed, May 29 | 3:25 p.m.

ଅର୍ଗସ ବ୍ୟୁରୋ:  ଟଳିଲା ବଡ଼ ଧରଣର ବିପଦ ।  ଅପରେସନ୍ ବେଳେ ଜଙ୍ଗଲରୁ ଟିଫିନ୍ ବୋମା ଉଦ୍ଧାର ।  କମ୍ବିଙ୍ଗ ଅପରେସନ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ଟିଫିନ୍ ବୋମା ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ଲାସେରୀ ସଂରକ୍ଷିତ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରୁଥିବା ବେଳେ ଟିଫିନ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।

କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥ‌ିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସଓଜି, ସିଆରପିଏଫ୍ ଓ ଡିଭିଏଫ୍ ଜବାନ୍ କୋଟଗଡ଼ ଥାନା ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021