ଶ୍ରମିକରୁ ଚାଷୀ ବନିଥିବା ଜଣେ ସଫଳ ମଣିଷର ସତ କାହାଣୀ
by Argus News
Sun, Dec 10 | 3:01 p.m.

ଅର୍ଗସ ବ୍ୟୁରୋ: ଦିନେ କାମ ଧନ୍ଦା ନ ପାଇ ପାରିବା ପ୍ରତିପୋଷଣ ପାଇଁ ସେ ରାଜମିସ୍ତ୍ରୀ କାମକୁ ଆପଣେଇ ନେଇଥିଲେ ହେଲେ  ତାଙ୍କୁ ବୋନ TB ରୋଗରେ ପୀଡ଼ିତ ହେଲେ। ଆଉ ତାପରେ ତାଙ୍କୁ ଘାରିଥିଲା ପରିବାର ପ୍ରତିପୋଷଣର ଚିନ୍ତା। ପରେ you tube ଦେଲା ତାଙ୍କୁ ନୂଆ ପରିଚୟ ଆଉ ଆଜି ସେ ଜଣେ ବେଶ ସଫଳ ଛତୁ ଚାଷୀ ଭାବେ ପରିଚିତ। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ । ଶ୍ରମିକରୁ ଚାଷୀ ବନିଥିବା ଜଣେ ସଫଳ ମଣିଷର ସତ କାହାଣୀ 

ଇଏ ହେଉଛି ଯଶୋବନ୍ତଙ୍କ ଛତୁ ଫାର୍ମ। ନିଜ ଚେଷ୍ଟାରେ you tube ଦେଖି  ଆରମ୍ଭ କରିଥିଲେ ଛତୁ ଚାଷ । ତାଙ୍କ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ଯଶୋବନ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବିରିପଳିଆ ଗ୍ରାମରେ ନିଜ ଅଞ୍ଚଳରେ କାମ ଧନ୍ଦା ନ ମିଳିବାରୁ ସେ ରାଜମିସ୍ତ୍ରୀ କାମକୁ ଆପଣେଇ ନେଇଥିଲେ ହେଲେ ସେ ଜାଣି ନ ଥିଲେ ଯେ ରୋଗରେ ପୀଡ଼ିତ ହୋଇଯିବେ। ପରିବାରର ସମସ୍ତେ ତାଙ୍କ ଉପରେ ନିର୍ଭର କରିଥିଲେ। ଭାଙ୍ଗିପଡ଼ିଥିଲେ ଯଶୋବନ୍ତ। ଆଉ ସେ ପରିବାର ପ୍ରତିପୋଷଣ ପାଇଁ  ଚିନ୍ତା କଲେ। ତା ପରେ ଭାବିଲେ ୟୁଟ୍ୟୁବରୁ କିଛି ନୂଆ ଶିଖି କାମରେ ଲଗାଇବେ। ମୋବାଇଲ୍ ରେ you tube ଦେଖି ଛତୁ ଚାଷର ସବୁ କୌଶଳ ଶିଖିଥିଲେ ଯଶୋବନ୍ତ। ପରିବାର ପ୍ରତିପୋଷଣ ପାଇଁ ୨୦୦ଟଙ୍କାରୁ ନିଜ ଉଦ୍ୟମରେ ଆରମ୍ଭ କଲେ ଛତୁ ଚାଷ ଆଉ  you tube ଦେଖି ଶିଖିଥିବା କୌଶଳକୁ କାମରେ ଲଗାଇବା ପାଇଁ ଅଣ୍ଟା ଭିଡିଥିଲେ । ଏଥିରେ ତାଙ୍କୁ ସହଯୋଗର ହାତ ବଢାଇ ଥିଲେ ତାଙ୍କ ବାପାମା' ଏବଂ ତାଙ୍କ ଧର୍ମପତ୍ନୀ। 

ପରିବାରର ସହଯୋଗରେ ନିଜ ଛୋଟ ଘରେ ଆରମ୍ଭ କଲେ ପାଳ ଛତୁ, ଧିଙ୍ଗିରି ଛତୁ। ଏବେ 600ରୁ ଅଧିକ ରହିଛି ଯଶୋବନ୍ତଙ୍କ ଛତୁ ବେଡ଼ । ସ୍ଥାନୀୟ ଅଞ୍ଚଳରେ ତାଙ୍କ ଛତୁର ବେଶ ଭଲ ଚାହିଦା ମଧ୍ୟ ରହିଛି। ଦୈନିକ ଯଶୋବନ୍ତ ସକାଳେ ମାର୍କେଟକୁ ଯାଇ ଛତୁ ବିକ୍ରି କରିବା ସହିତ ବରାଦ ଅନୁସାରେ ଛତୁକୁ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇ ଦେଇଥାନ୍ତି। ଏବେ ସେ ଗୋଟିଏ ଦିନରେ 500ରୁ 700 ଶହ ଟଙ୍କା ରୋଜଗାର କରନ୍ତି । ଅନ୍ୟପଟେ ଏବେ ସେ ଅନ୍ୟ ଲୋକମାନଙ୍କୁ ଛତୁ ଚାଷ ଶିଖାଇ ସ୍ବାବଲମ୍ବୀ କରିବା ପାଇଁ ସେ ଉଦ୍ୟମ ବି କରୁଛନ୍ତି। ଆଉ ତାଙ୍କ ପ୍ରେରଣାରେ ଅନେକ ଲୋକ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି
ଆର୍ଥିକ ଅନାଟନରେ ଦିନ କାଟୁଥିବା ଯଶୋବନ୍ତ ପରିବାରର ଅବସ୍ଥା ସୁଧାରିବାକୁ ଉଦ୍ୟମ କରି ଆସୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ