ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନିଆରା ରଥଯାତ୍ରା
by Argus News
Mon, Jul 08 | 9:14 p.m.

ଅର୍ଗସ ବ୍ୟୁରୋ: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ପ୍ରଥମ ଦିବସ ରଥଟଣା । ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସାଥିରେ ଥିଲେ ହଜାର ହଜାର ମହିଳା। ୧୯୭୫ ମସିହାରୁ ଆନ୍ତର୍ଜାତିକ ମହିଳା ଦିଵସ ପାଳନର ଶୁଭାରମ୍ଭ ହୋଇଥିଲା । ଆଉ ଏହାକୁ  ଲକ୍ଷ୍ୟ କରି ବାରିପଦାରେ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣିବା ପରମ୍ପରାର ପଡିଥିଲା ମୁଳଦୁଆ । ମହିଳାମାନେ ରଥ ଟାଣିବା ଦ୍ବାରା ସାରା ବିଶ୍ବକୁ ଯାଇଥିଲା ମହିଳା ସଶକ୍ତିକରଣର ବାର୍ତ୍ତା । ସେବେଠାରୁ ନିରବଚ୍ଛିନ୍ନ ଭାବରେ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି । ସାରା ବିଶ୍ବରେ ଏହା ଏକ ନିଆରା ପରମ୍ପରା । ନାରୀ ସମ୍ମାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ମହିଳାଙ୍କ ଦ୍ବାରା ଦର୍ପଦଳନ ରଥଟଣାକୁ ୫୦ବର୍ଷ ପୁର୍ତ୍ତି ହୋଇଛି । 

ପୁରୀ ରଥଯାତ୍ରା ଦିନ ଏଠାରେ କେବଳ ପହଣ୍ଡିରେ ଚତୁର୍ଦ୍ଧା ମୁରତୀ ରଥାରୂଢ ହେବାର ପରମ୍ପରା ରହିଛି । ତା ପର ଦିନ ୨ଦିନ ଧରି ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ପ୍ର ଥମ ଦିନରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ କୁ ମାଉସୀ ମା ମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଟଣା ଯାଇଥିବା  ବେଳେ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଅଧା ରାସ୍ତା ଅର୍ଥାତ ବାରିପଦା ଟାଉନଥାନା ସମ୍ମୁଖ ପର୍ଯ୍ୟନ୍ତ ଟାଣିନେଇଥାନ୍ତି । ତହିଁ ପରଦିନ ପ୍ରଥମେ ସୁଭଦ୍ରାଙ୍କ ରଥ ମହିଳାଙ୍କ ଦ୍ବାରା ମାଉସୀ ବାଡ଼ି ପର୍ଯ୍ୟନ୍ତ ଟଣାଯିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ପୂର୍ଣ୍ଣ ଟଣା ଯିବାର ବିଧି ରହିଆସିଛି।  

ସକାଳେ ରଥରେ ପଣ୍ଡାପଢିଆରୀଙ୍କ ଦ୍ବାରା ତିନି ଦିଅଁଙ୍କ ନୀତିକାନ୍ତି ହୋଇଥିଲା । ଭକ୍ତମାନଙ୍କ ଦର୍ଶନ କରିଥିଲେ । ପାଗ ଅନୁକୂଳ ରହିଥିବାରୁ ଲମ୍ବା ଲାଇନରେ ଛିଡାହୋଇ ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଭୋଗ ନୈବେଦ୍ୟ ଅର୍ପଣ କରି ଭାବବିହ୍ବଳ ହେଉଛନ୍ତି । ବାରିପଦାରେ ରଥୟାତ୍ରା ୧୩ ଦିନ ଧରି ଚାଲିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ଡିବିରି ଆଲୁଅ
10m ago
ରାତି ହେଲେ ଏଠି ଡିବିରି ଆଲୁଅ ଭରସା
ମୟୂରଭଞ୍ଜ: ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଆଜ
ଗିରଫ
14m ago
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ
ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା । 7 ଜଣ ଯୁବକଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ADCP
ଅପହଞ୍ଚ ଗାଁ
37m ago
୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯା