୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା
by Argus News
Sun, Oct 06 | 6:03 p.m.

ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା  କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ।   ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପୁରା ଗାଁ ହୋଇଯାଏ ଅନ୍ଧକାରମୟ। ରାତିର ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୁଅନ୍ଥି ଅଞ୍ଚଳବାସୀ। ସଂଧ୍ୟା ହେବାକ୍ଷଣି ଲୋକେ ତାଟିକବାଟ ଆଉଜି ବସନ୍ତି। ଦିନ ଥାଉଥାଉ ସଵୁ କାମ ସାରିଦିଅନ୍ତି ନହଲେ ଡିବିରି ଆଲୁଅରେ କଟେ ରାତି। 

ପାହାଡ ଜଙ୍ଗଲ ଘେରା ଏହି ଗାଁରେ ରୁହନ୍ତି ପ୍ରାୟ ୨୫୦ ଆଦିାବସୀ ପରିବାର। ମାତ୍ର ଏ ଯାଏଁ ଗାଁକୁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଦିର୍ଘ ଦିନର ଦାବି ପରେ ଦିର୍ଘ ବର୍ଷ ପୂର୍ବେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ୍ ଦିଆ ଯାଇଥିଲା । ତେବେ ତାହା ନିମ୍ନମାନର ହୋଇଥିବାରୁ ଅଧିକାଂଶ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି। 

୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଏହି ଗାଁ। ରାସ୍ତା ପାଣି ସମସ୍ୟା ଗାଁର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଦ୍ୟୁତ ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ଆକ୍ସନ୍
30m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
35m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ
ସୁଭଦ୍ରା ଯୋଜନା
37m ago
ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍