ଭଙ୍ଗା ଦଦରା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ
by Argus News
Wed, Feb 28 | 8:13 p.m.

ଭୁବନେଶ୍ୱର:  ଆବାସ ଯୋଜନା ସାତ ସପନ, ଭଙ୍ଗା ଦଦରା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ। ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସାହେବ ନଗର ଗାଁର ଦୃଶ୍ୟ... ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ ସତ୍ତ୍ବେ ଏଯାଏଁ ପକ୍କା ଘରେ ଖଣ୍ଡେ ମିଳିପାରୁନି..।  ପ୍ରଚାର ଜୋର, କିନ୍ତୁ କାମ ଦୁର୍ବଳ। ରାଜ୍ୟ ସରକାର ଘୋଷଣା କରୁଛନ୍ତି, କେହି ମାଟି କୁଡିଆ ଘରେ ରହିବେନି... ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କା ଘର। ହେଲେ ଦୀପତଳ ଅନ୍ଧାର ସଦୃଶ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ସାହେବ ନଗର ଗାଁରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର। ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଅତ୍ୟନ୍ତ ଅସହାୟ ବିଜୟ ସାମଲଙ୍କ ପାଇଁ ପକ୍କା ସାତ ସପନ ପାଲଟିଛି।

ବିଜୟ ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ଘର ତୋଳିବାକୁ ମଧ୍ୟ ପାଖରେ ଅର୍ଥ ନାହିଁ। ଭଙ୍ଗା ଦଦରା ଘରେ, ଅସହାୟ ଭାବେ ଦିନ ଅତିବାହିତ କରୁଛନ୍ତି ପରିବାରର ୩ ଶିଶୁ ସମେତ ୬ ପ୍ରାଣୀ କୁଟୁମ୍ବ। ବର୍ଷା ଦିନେ ପାଣି ଗଳି କାନ୍ଥରୁ ମାଟି ଅତଡା ଖସୁଥିବା ବେଳେ ଖରା ଦିନେ ସୂର୍ଯ୍ୟଙ୍କ ତାପ ଘର ଭିତରେ ପଡୁଛି। ବର୍ଷା ଦିନେ ନିଜ ବଡଭାଇ ଘରେ ରୁହନ୍ତି ସାରା ପରିବାର। ଏହି ଗରିବ ଅସହାୟ ପରିବାର ବହୁବାର ସରପଞ୍ଚ ଓ ୱାର୍ଡ ମେମ୍ବର ତଥା ପଞ୍ଚାୟତ କାର୍ଯ୍ୟାଳୟରେ ପକ୍କାଘର ଲାଗି ଗୁହାରୀ କରିଥିଲେ ମଧ୍ୟ ଏଯାଏଁ ନା ଘର ଖଣ୍ଡେ ମିଳି ପାରିନାହିଁ। ଏନେଇ ବାଲିଅନ୍ତା ବିଡ଼ିଓ ପବିତ୍ର ସାମଲ  କୌଣସି ପ୍ରତିକ୍ରିୟା ଦେବାକୁ ମନା ମନା କରିଥିଲେ।  ସମସ୍ତଙ୍କୁ ପକ୍କା ଘରର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଗରିବଙ୍କୁ ଭୁଲିଯାଉଛନ୍ତି... ରାଜଧାନୀ ଉପକଣ୍ଠରେ ଯଦି ଏପରି ଦୃଶ୍ୟ ଅବସ୍ଥା ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଆପଣ ଅନୁମାନ କରିପାରୁଥିବେ...।    

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ