ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା
by Argus News
Fri, Dec 08 | 4:06 p.m.

କଟକ: କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜାରି ହେଲା ଏନବିଡବ୍ଲୁ  ବା ଜାମିନ ବିହୀନ ଗିରଫ ପରବାନା । ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଜେ.ଏମ କୋର୍ଟ । ସୌରୀନ ଦୀର୍ଘଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ ଏନବିଡବ୍ଲୁ ପାଇଁ ଆବେଦନ କରିଥିଲା ପୋଲିସ । କଟକର ଜଣେ ଯୁବତୀ ସୌରୀନ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ତାଙ୍କର ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ ।

ପୂର୍ବରୁ ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ ହାଇକୋର୍ଟ । ଏନବିଡବ୍ଲୁ ଜାରିପରେ ଯଦି ସେ  ନ ମିଳନ୍ତି ତେବେ, ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।  ଏହାପରେ ତାଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରେ ବୋଲି ସୂଚନା ଦେଇଛନ୍ତି । ତାଙ୍କର ସମ୍ପତ୍ତି ବ୍ୟାଜପ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆଗକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଯଦି ଆଉ ଅଧିକ ବ୍ୟାଙ୍କ ଆକାଉଣ୍ଟ ନଜରକୁ ଆସେ, ସେଗୁଡିକୁ ମଧ୍ୟ ଫ୍ରିଜ କରାଯିବ ବୋଲି କହିଛନ୍ତି । ଏବେ ବି ସୌରୀନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟିମ ଚେଷ୍ଟା ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ