ଗଞ୍ଜାମ ଗୌଡ଼ଗୋଠ ଗାଁରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା
by Argus News
Mon, Oct 21 | 9:11 a.m.

ଅର୍ଗସ ବ୍ୟୁରୋ:ପିଇବା ପାଣି ପାଇଁ ଗରା ମାଠିଆ ରଖି ନିଆଁ ଜାଳି ରାସ୍ତା ଅବରୋଧ କଲେ ମହିଳା।  ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଗୌଡ଼ଗୋଠ ଗ୍ରାମରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାରେ ଗରା ମାଠିଆ ହାଣ୍ଡି ରଖି ନିଆଁ ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ମହିଳା ମାନେ। ଗାଁରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ହୋଇଛି ପ୍ରତି ଘରକୁ ପାଇପ ସଂଯୋଗ ହୋଇଛି କିନ୍ତୁ ପାଣି ଆସୁନି।ଦୀର୍ଘ ଦିନ ହେଲା ଗୌଡ଼ଗୋଠ ରେ ପାଣି ସମସ୍ୟା ଲାଗି ରହିଥିଲା । ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇଥିଲେ ବି କେହି ଶୁଣିନଥିଲେ।ଫଳରେ ବାଧ୍ୟ ହୋଇ ଗାଁ ର ମହିଳା ମାନେ ଏକାଠି ହୋଇ ଏଭଳି ପ୍ରତିବାଦ କରିଥିବା ଜଣାପଡିଛି। ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

CHIEF MINISTER
25m ago
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ଜନଶୁଣାଣି
ଅର୍ଗସ ବ୍ୟୁରୋ: ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଚାଲିଛି ଜନଶୁଣାଣି। ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚର
CYCLONE
48m ago
ବାତ୍ୟା ଭୟ: ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ | ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱର
CYCLONE
59m ago
ବାତ୍ୟା ଭୟ: ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ | ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱର