ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ଜନଶୁଣାଣି
by Argus News
Mon, Oct 21 | 1:04 p.m.

ଅର୍ଗସ ବ୍ୟୁରୋ:  ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଚାଲିଛି ଜନଶୁଣାଣି। ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣୁଛନ୍ତି। ଏଥିପାଇଁ ଲୋକଙ୍କ ପ୍ରବଳ ଭିଡ଼ ହେଉଛି। ରାଜ୍ୟରେ ନୂଆ ସରକାର ଦାୟିତ୍ବ ନେବା ପରେ ପୂର୍ବରୁ 16 ବର୍ଷ ଧରି ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କଠାରୁ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣୁଛନ୍ତି। ସାଧାରଣ ଲୋକମାନେ ଭୟ ନକରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି, ନିଜ ଗୁହାରି ଜଣାଉଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

ଓଡ଼ିଶା ପ୍ରଶାସନିକ ସେବା
23m ago
ସଂଘର୍ଷ ଦେଲା ସଫଳତା,ଚର୍ଚ୍ଚାରେ ଧାମନଗରର ସୌରଭ ଓ ନିଉଟନ
ଅର୍ଗସ ବ୍ୟୁରୋ:ମା ଆଖିରେ ଲୁହ,ଏ ଲୁହ ଦୁଃଖର ନୁହେଁ,ଏ ଲୁହ ଖୁସିର,ଏ ଲୁହ ମେହନତି ମଣିଷର ସଫଳତାର,କାଲି ଲୁହ ଆଜି କିନ୍ତୁ ପରିବାର ବେଶ ଖୁସି,ବାପାଙ୍କ ପାନ ଭଙ୍ଗାରେ ବିରାଟ ଲାଗିବ,ସେ ବି ଆ
ମୁକେଶ ମହାଲିଙ୍ଗ
32m ago
" ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି" :- ମୁକେଶ ମହାଲିଙ୍ଗ
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି। ମେଡ଼ିକାଲ ମଧ୍ୟ ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ବିଭାଗକୁ ପ୍ରସ୍ତୁ
ଏବେ ଭିଗାନ ହୋଇ
33m ago
ଏବେ ଭିଗାନ ହୋଇ ମୁଁ ସୁସ୍ଥ ଅଛି
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ଖବର ଏବେ ଇନଷ୍ଟାରେ ବେଶ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ହେଉଛନ୍ତି ଭିଗାନ ମାନେ ବିରାଟ ନିରାମିଷ ଖାଦ୍