ପୋଲିସର ଗାଡ଼ି ମଟର ଯାଞ୍ଚ ବେଳେ ଅଘଟଣ, ଜଣେ ଗୁରୁତର
by Argus News
Sat, Nov 04 | 9:02 a.m.

ଅର୍ଗସ ବ୍ୟୁରୋ:  ପୋଲିସର ଗାଡ଼ି ମଟର ଯାଞ୍ଚ ବେଳେ ଅଘଟଣ। ଚଳନ୍ତା ବାଇକ୍ ରୁ ପଡ଼ି ଯୁବକ ଗୁରୁତର।ସାହାସପୁର ଫାଣ୍ଡି ଅନ୍ତର୍ଗତ ଝରିଆବାହାଲ୍ ଛକ ରେ ପୋଲିସ ର ଗାଡ଼ି ମଟର ଯାଞ୍ଚ ବେଳେ ଦ୍ରୁତ ଗତି ରେ ଫେରାର ମାରିବାକୁ ଚେଷ୍ଟା କରିଥିଲେ ଯୁବକ।ପୋଲିସ ଗୋଡାଇବାରୁ ଚଳନ୍ତା ବାଇକ୍ ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ପୋଲିସ ମାଡ଼ ମାରିଥିବା ଓ ତାଙ୍କ ପାଖରେ ଥିବା ୪୫ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଆହତ ଯୁବକ। ଆହତ ଯୁବକ ଜଣକ ବାମରା ଥାନା ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ପ୍ରଧାନ ମିଞ୍ଜ ବୋଲି ଜଣାପଡିଛି।ଘଟଣା ର ଛାନଭିନ କରୁଛି ଲଇକେରା ପୋଲିସ। ତେବେ ପ୍ରକୃତ ଘଟଣା କଣ ତାହା ଏ ଯାଏ ସ୍ପଷ୍ଟ ହୋଇପାରିନାହିଁ। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ