ଅଭିନବ ବିନ୍ଦ୍ରାଙ୍କ ହାତରେ ଅଲମ୍ପିକ୍ସ ମଶାଲ
by Argus News
Fri, Jul 26 | 1:37 p.m.

ଅର୍ଗସ ବ୍ୟୁରୋ:ଆଜିଠୁ ପ୍ୟାରିସରେ ଆରମ୍ଭ ହୋଇଛି ୩୩ତମ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ,ଭାରତର ସୁନାପୁଅ ହାତରେ ଦେଖିବାକୁ ମିଳିଛି ଅଲମ୍ପିକ୍ସ ମଶାଲ। ୨୦୦୮ର ଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ସୁଟର ଅଭିନବ ବିନ୍ଦ୍ରା,ଭାରତ ପକ୍ଷରୁ ପ୍ୟାରିସରେ ଅଲମ୍ପିକ୍ସ ଶୋଭାଯାତ୍ରାରେ ଅଲମ୍ପିକ୍ସ ମସାଲ ଧରିଥିଲେ।

ସୁନାପିଲା ହାତରେ ବନ୍ଧୁକ ନଥିଲା,ଥିଲା  ଅଲମ୍ପିକ୍ସ ମଶାଲ,ଅଭିନବ ବିନ୍ଦ୍ରା କହିଛନ୍ତି ଏ ସମ୍ମାନକୁ ଶବ୍ଦରେ କହିହେବ ନାହିଁ। ଦେଶକୁ ବ୍ୟକ୍ତିଗତ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲଡେନ ବୟ ଅଭିନବ ବିନ୍ଦ୍ରାଙ୍କୁ ଅଲମ୍ପିକ୍ସ ଅର୍ଡର ପୁରସ୍କାର ମିଳିବାକୁ ଯାଉଛି । ଏବେ ଅଲମ୍ପିକ୍ସ ଅର୍ଡର ଆୱାର୍ଡ ହାସଲ କରିବାରେ  ପ୍ରଥମ ଭାରତୀୟ ମଧ୍ୟ ହେବେ ଅଭିନବ।

ଅଗଷ୍ଟ ୧୦ ତାରିଖରେ ଆଇଓସିର ୧୪୨ତମ ଅଧିବେଶନରେ ବିନ୍ଦ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମାତ୍ର ଏହା ପୂର୍ବରୁ ଅଭିନବ ଅଲମ୍ପିକ୍ସରେ ମଶାଲ ଧରିଥିବାର ନଜର ଆସିଥିଲେ । ଭାରତମାତାର ଗର୍ବ ଓ ଗୌରବକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି  ଭାରତର ଏହି ପ୍ରସିଦ୍ଧ କ୍ରୀଡାବିତ ଅଭିନବ ବିନ୍ଦ୍ରାଙ୍କର। 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା