ଖୋଲାହେଲା ଏସି ଟନେଲ, ହଟିଲା ବ୍ୟାରିକେଡ୍
by Argus News
Tue, Jun 11 | 1:14 p.m.

ପୁରୀ:  ଖୋଲାହେଲା ଏସି ଟନେଲ । ହଟିଲା ବ୍ୟାରିକେଡ୍ । ପୂର୍ବ ନିଷ୍ପତ୍ତି ମୁତାବକ ରଥ ନିର୍ମାଣ ପାଇଁ ଏସି ଟନେଲକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା । ଏସି ଟନେଲ ଖୋଲାହେବା ପରେ ବଡଦାଣ୍ଡର ଅବସ୍ଥା ଅତି ସଙ୍ଗୀନ୍ ହୋଇପଡିଛି । ତେବେ ଭକ୍ତମାନେ ବର୍ତ୍ତମାନ ମଧ୍ୟ ସିଂହଦ୍ଵାର ଓ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଲମ୍ବା ଲାଇନ୍ ଯୋଗୁଁ ଭକ୍ତମାନେ ଯମଯନ୍ତ୍ରଣା ଭୋଗୁଛନ୍ତି ।

ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିର ଚାରି ଦୁଆର ଖୋଲିଯିବ ବୋଲି କୁହାଯାଇଥିଲା । ତେବେ ଏନେଇ ଆରମ୍ଭ ହୋଇଛି ଚାରିଦ୍ବାର ଖୋଲିବା ପ୍ରକ୍ରିୟା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ୱାର ଖୋଲିବାକୁ ଘୋଷଣା କରିଛି ବିଜେପି । 

 

ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି। ମହାରଣା,ଭୋଇ,ରୂପକାର ସେବାୟତଙ୍କ ସମନ୍ୱୟରେ ବିଶ୍ୱନୀୟନ୍ତାଙ୍କ ତିନିରଥର କାମ ଆଗେଇ ଚାଲିଛି। ତେବେ ତିନିରଥର ସମୁଦାୟ 42ଟି ଚକ ଓ 21ଟି ଅଖ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ରଥଖଳାରେ ଦଣ୍ଡା କାମ ଚାଲିଛି ଯାହାକି ରଥର ଫାଉଣ୍ଡେସନ କାର୍ଯ୍ୟ । ପାଞ୍ଚଦଣ୍ଡା  ଚଉପଟ କରାଯାଇ ଆଗପଛ ମୁହାଁଟି ସଲଗ୍ନ କରାଯିବ।  ପୂର୍ବରୁ ମୁହାଁଟିରେ ବିନ୍ଧ ହୋଇଛି । 

ରଥଚାଳିରେ ଗରଗରା ଓ ଚାରି ନାହାକା କାର୍ଯ୍ୟ ଚାଲିଛି । ଗରଗରା କାମ ଶେଷ ହୋଇଥିବା ବେଳେ,ଚାରି ନାହାକାରୁ ତିନୋଟି ନାହାକାର କାମ ସରିଛି। ତେବେ ଆସନ୍ତା ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ଅଖ ଡେରାଯିବାକୁ ଥିବାବେଳେ ସ୍ନାନପୂର୍ଣ୍ଣିମା ପୂର୍ବରୁ ଚାରିନାହାକା ତିନି ରଥ ଉପରକୁ ଉଠାଯିବ ବୋଲି ମହାରଣା ସେବାୟତ କହିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ମାଓ ପ୍ରବଣ ଅଞ୍ଚଳରେ
26m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ