ଟାଇମସ୍ ନାଓ ଜନମତ ସର୍ଭେରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ
by Argus News
Thu, Feb 08 | 2:09 p.m.

ଅର୍ଗସ ବ୍ୟୁରୋ: 2024ରେ ଓଡ଼ିଶାରେ ବିଜେପିକୁ 11 ଲୋକସଭା ଆସନ ସହ 44 % ଭୋଟ୍ ମିଳିପାରେ । ସେହିପରି ବିଜେଡିର ଲୋକସଭା ଆସନ 9 କୁ ଖସିବା ସହ 40.4% ଭୋଟ୍ ମିଳିବ ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନ ସହ 9.6% ଭୋଟ୍ ହାରରେ ସୀମିତ ରହିବ । 

ସର୍ଭେ ଅନୁଯାୟୀ ନବୀନ ସରକାରର ପ୍ରଦର୍ଶନରେ 24 % ଭୋଟର ଖୁବ୍ ସନ୍ତୁଷ୍ଟ । 31% ଭୋଟର ସାମାନ୍ୟ ସନ୍ତୁଷ୍ଟ ଓ 43% ଭୋଟର ଅସନ୍ତୁଷ୍ଟ ଅଟନ୍ତି । ଗତ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନରେ ଜିତିଥିବାବେଳେ ବିଜେପି ୮ଟି ଆସନ ଓ କଂଗ୍ରସ ଗୋଟିଏ ଆସନରେ ଜିତିଥିଲା । 

ରାଜ୍ୟରେ ବିଜେପି ଗତ ନିର୍ବାଚନରେ 8ଟି ଏମପି ସିଟ୍ ହାତେଇଥିବାବେଳେ ଦଳକୁ ଏଥର ଆଉ 3ଟି ସିଟ୍ ମିଳିପାରେ ବୋଲି ଟାଇମସ୍ ନାଓ ସର୍ଭେ କହୁଛି । 

ସେପଟେ ପୁଣି ଆସନ୍ତା 10 ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ବିଶାଳ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ରାଜଧାନୀରେ ହେବାକୁ ଥିବା ଏହି ବିଶାଳ ସମାବେଶରେ ଏକାଠି ହେବେ 14 ରାଜ୍ୟର 25 ହଜାରରୁ ଅଧିକ ମହିଳା । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟାଇମ୍ସ ନାଓର ଏହି ସର୍ଭେ ରାଜ୍ୟ ବିଜେପିକୁ ଆହୁରି ଉତ୍ସାହିତ କରିଛି । 
ସେହିପରି ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ଟିଏମସି ୨୬ଟି ଆସନରେ ବିଜୟ ହାସଲ କରିବ, ବିଜେପି ୧୫ଟି ଆସନରେ ଓ କଂଗ୍ରେସ ଓ ବାମ ମେଣ୍ଟ  ଗୋଟିଏ ଆସନରେ ବିଜୟ ଲାଭ କରିବେ । 

ବିହାରରେ ଏନଡିଏ ୩୫ଟି ଓ ଇଣ୍ଡିଆ ମେଣ୍ଟ ୫ଟି ଆସନରେ ବିଜୟ ହାସଲ କରିବାର ସମ୍ଭାବନ ରହିଛି । ଗୁଜରାଟରେ ବିଜେପି ସମସ୍ତ ୨୬ଟି ଆସନ ହାତେଇବ ଓ କଂଗ୍ରେସ ନିରାଶ ହେବାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁ ରାଜନୀତି ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ