ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ୩ ଆଇପିଏସ ଅଧିକାରୀ ନିଲମ୍ବିତ
by Argus News
Tue, Sep 17 | 9:41 p.m.

ଅର୍ଗସ ବ୍ୟୁରୋ: ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ୩ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ଗୁଇନ୍ଦା ମୁଖ୍ୟ ପି ଏସ ଆର ଅଞ୍ଜାନେଇଲୁ, ଏନଟିଆର ଜିଲ୍ଲା ପୋଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ ଏନଟିଆର ଜିଲ୍ଲା ଗ୍ରାମୀଣ ଡିସିପି ବିଶାଲ ଗୁନି।

କ୍ଷମତାର ଅପବ୍ୟବହାର କରିବା ତଥା ଦାୟିତ୍ଵରେ ଅବହେଳା କାରଣରୁ ତିନି ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।ଏହି ଘଟଣାରେ ପୂର୍ବରୁ ଏନଟିଆର ଜିଲ୍ଲାର ପୂର୍ବତନ ଏସିପି ହନୁମନ୍ତ ରାଓ ଏବଂ ଇବ୍ରାହିମପାଟନମର ପୂର୍ବତନ ସର୍କଲ ଇନ୍ସପେକ୍ଟର ସତ୍ୟନାରାୟଣଙ୍କୁ ଆନ୍ଧ୍ରପ୍ରଦେଶ ଡିଜିପି ନିଲମ୍ବିତ କରିଥିଲେ।

ଅଭିନେତ୍ରୀ କାଦମ୍ବରୀ ଜେଠଓ୍ଵାନିକ ଶୁକ୍ରବାର ରାତିରେ ଇବ୍ରାହିମ ପାଟନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସେ ସେପ୍ଟେମ୍ବର ୫ ତାରିଖରେ ଏନଟିଆର ଜିଲ୍ଲା ପୋଲିସ କମିଶନରଙ୍କ ସହ ସାକ୍ଷାତ କରି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଅଭିଯୋଗ କରିଥିଲେ।

ଅଭିନେତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି, ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ହଇରାଣ ହରକତ କରିଥିଲା। ଓ୍ଵାଇଏସଆର କଂଗ୍ରେସ ପାର୍ଟିର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ସତ୍ୟାସତ୍ୟ ତଦନ୍ତ ନକରି ଆନ୍ଧ୍ରପ୍ରଦେଶ ପୋଲିସ ଅଭିନେତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶ ପୋଲିସ ଘଟଣାର ଯାଞ୍ଚ କରିବା ପରେ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଯୋଡ଼ା ଫ୍ଲାଏ
3m ago
ଯୋଡ଼ା ଫ୍ଲାଏ ଓଭରର ସ୍ଥାୟୀତ୍ବକୁ ନେଇ ବଡ଼ ପ୍ରଶ୍ନ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଯୋଡ଼ା ସହରରେ ନିର୍ମିତ ଇଏ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର। ସହରରେ ଭାରୀ ଯାନ ଚଳାଚଳ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୀର୍ଘ ୨.୯୮ କି.ମି. ଲମ୍ବ
ଭାରତ ଏବଂ ବାଂଲାଦେଶ
23m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
43m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ