ଯୋଡ଼ା ଫ୍ଲାଏ ଓଭରର ସ୍ଥାୟୀତ୍ବକୁ ନେଇ ବଡ଼ ପ୍ରଶ୍ନ
by Argus News
Thu, Sep 19 | 12:25 p.m.

ଅର୍ଗସ ବ୍ୟୁରୋ: କେନ୍ଦୁଝର ଯୋଡ଼ା ସହରରେ ନିର୍ମିତ ଇଏ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର। ସହରରେ ଭାରୀ ଯାନ ଚଳାଚଳ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୀର୍ଘ ୨.୯୮ କି.ମି. ଲମ୍ବର ୩ ଲେନ୍ ବିଶିଷ୍ଟ ଏହି ଫ୍ଲାଏ ଓଭର ନିର୍ମାଣ କରାଗଲା । ଏଥିପାଇଁ ଡିଏମଏଫ୍ ବା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୫୦ କୋଟି ଟଙ୍କା । ନିର୍ମାଣ କାମ ସରିନଥିଲା, ତରବରିଆ ଭାବେ ଏହାର ଉଦଘାଟନ କରିଥିଲେ ବିଜେଡି ସରକାର। ଗତ ମାର୍ଚ୍ଚ ୧୧ରେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ା ଫ୍ଲାଏ ଓଭରର ଲୋକାର୍ପଣ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏ ଯାଏଁ ବି ସରିନାହିଁ ଆନୁଷଙ୍ଗିକ କାର୍ଯ୍ୟ। କିନ୍ତୁ ଉଦଘାଟନର ୬ ମାସ ନପୁରୁଣୁ ବିପଜ୍ଜନକ ପାଲଟିଛି ଏ ଫ୍ଲାଏ ଓଭର। ଜୁଲାଇ ମାସରେ କେତେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ରିଟେନିଂ ୱାଲରୁ କଂକ୍ରିଟ ଖସିଥିଲା। ମାସକ ପରେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି ।  ଫଳରେ ପୋଲର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ଯୋଡ଼ା ରଣାଶାଳଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ନିର୍ମିତ ଏହି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଓଡିଶା ସେତୁ ନିର୍ମାଣ ନିଗମ (ଓବିସିସି) ହାତକୁ ନେଇଥିବା ବେଳେ ଏହା ଗୁଜୁରାଟର ଚେଭରକ୍ସ ନାମକ କମ୍ପାନୀକୁ ଠିକା ମିଳିଥିଲା। ଫ୍ଲାଏ ଓଭର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍, ଅତି କମରେ ଶହେ ବର୍ଷ ଧରି ଏହା ସେବା ଯୋଗାଇବ ବୋଲି ଦାବି କରିଥିଲା ନିର୍ମାଣକାରୀ ସଂସ୍ଥା । କିନ୍ତୁ 6 ମାସ ଭିତରେ ଏକ ନମ୍ବର ପିଲର ଉପରେ ଫାଟ ଦେଖାଦେଇଛି । ସେହି ସ୍ଥାନ ସଂଲଗ୍ନ ରିଟେନିଂ ୱାଲରେ ବି ଦେଖାଯାଉଛି ବଡ଼ ଫାଟ। ଏହି ପୋଲ କାମରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। 

ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ୨୦୧୫ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବା ଡିଏମଏଫ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ମୋଦି ସରକାର। ଦେଶର ୨୩ ଟି ରାଜ୍ୟର ୬୪୫ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି । ଯାଜପୁର ଓ କେନ୍ଦୁଝର ଭଳି ଆମ ରାଜ୍ୟର ଖଣିଜ ବହୁଳ ଜିଲ୍ଲାରେ ବିଜେଡି ଶାସନରେ କେମିତି ଡିଏମଏଫ୍ କେଳେଙ୍କାରୀ ହୋଇଛି ଏ ପୋଲ ହେଉଛି ତାର ଆଉ ଏକ ପ୍ରମାଣ। ପୁଣି କେନ୍ଦୁଝର ଜିଲ୍ଲାରେ ୭ ବର୍ଷରେ ଡିଏମଏଫ୍ ପାଣ୍ଠିରୁ ବେଆଇନ ଭାବେ ଖର୍ଚ୍ଚ କରାଯାଇଛି ୩୪ କୋଟି ଟଙ୍କା। ସେପଟେ ବିଜେଡି ଶାସନର ଶେଷ ୯ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁରରେ ୬ ହଜାର 400ଟି ପ୍ରକଳ୍ପ ପାଇଁ 2855 କୋଟି ଟଙ୍କା ମଞ୍ଜୁର ହୋଇଛି, ଏଥିରୁ ୧୫ ଶହ 36 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । କିନ୍ତୁ ସୁକିନ୍ଦା ଖଣି ପ୍ରଭଵିତ ଅଞ୍ଚଳବାସୀ ଯେମିତିକୁ ସେମିତି କଲବଲ ହେଉଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ