ଭୂତ ଖାଉଛି ଭତ୍ତା ଟଙ୍କା!
by Argus News
Sun, Feb 25 | 6:41 p.m.

ଅର୍ଗସ ବ୍ୟୁରୋ: ଚଞ୍ଚକତା କରି ବିଭାଗୀୟ ଅଧିକାରୀ ସରକାରୀ ଅର୍ଥ ଡହପ କରୁଥିବା ଅଭିଯୋଗ ହେଉଛି । ଚାଉଳ ଓ ଭତ୍ତା ବଣ୍ଟନରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଉଠିଛି ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ବର୍ଷ ବର୍ଷ ଧରି ମୃତକମାନଙ୍କ ନାଁରେ ଉଠାଯାଉଛି ପେନସନ ଓ ଚାଉଳ । 

ମୟୂରଭଞ୍ଜ ଜିଲ୍ଲାରେ ଭୁତ ହିତାଧିକାରୀଙ୍କ ତାଲିକା ଲମ୍ବି ଚାଲିଛି । ଶୁଳିଆପଦା ବ୍ଲକରୁ ମିଳିଛି ଦୁର୍ନୀତିର ତଥ୍ୟ । ବର୍ଷ ବର୍ଷ ଧରି ମୃତକଙ୍କ ନାଁରେ ପେନସନ ଓ ଚାଉଳ ଉଠାଯାଉଛି । ତେବେ ଭୂତ ହିତାଧିକାରୀଙ୍କ  ତାଲିକାରେ ସରକାରୀ ଅର୍ଥ ହଡପ କରି ସରକାରୀ ବାବୁମାନେ ମାଲେ ମାଲ୍ ହେଉଥିବା ଅଭିଯୋଗ ହୋଇଛି ।

VRPଙ୍କ ଅଡିଟ ରିପୋର୍ଟ ଖୋଲିଦେଇଛି ଶୁଳିଆପଦା ଦୁର୍ନୀତିର ଗୁମର ପେଡ଼ି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ମୁଣ୍ଡ ପିଛା ମାସକୁ 5 କେଜି ମାଗଣାରେ ଚାଉଳ ଦେଉଛନ୍ତି । ନିୟମ ଅନୁସାରେ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ତାଙ୍କ ନାମ ରେଜିଷ୍ଟରରୁ କଟିଯିବା କଥା ମାତ୍ର ଦୁର୍ନୀତିଖୋର୍ ଅଧିକାରୀ, ଯୋଗାଣ ସହାୟକ ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ଗ୍ରୁପମାନେ ରେଜିଷ୍ଟାରରୁ ମୃତବ୍ୟକ୍ତିଙ୍କ ନାମକୁ ନ କାଟି ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ରାସନ୍ ଚାଉଳକୁ ହଡ଼ପ କରୁଛନ୍ତି । 

କେଉଁ ପଞ୍ଚାୟତରେ ବର୍ଷ ବର୍ଷ ଧରି ମୃତ ଲୋକଙ୍କ ନାମରେ ପିଡ଼ିଏସ୍ ଚାଉଳ ଉଠୁଛି, ତ ପୁଣି ଆଉ କେଉଁ ପଞ୍ଚାୟତରେ ମନରେଗା ଯୋଜନାରେ ହେର୍ ଫେର୍ ହୋଇ ହୋଇଛି ଫଲ୍ସ ବିଲ୍ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ