ଲିଫ୍ଟ ବ୍ୟବସ୍ଥା; ଶରୀର ଉପରେ ପକାଉଛି ଖରାପ ପ୍ରଭାବ
by Argus News
Mon, Jul 15 | 1:51 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ଘରେ ଘରେ ଲିଫ୍ଟ ବ୍ୟବସ୍ଥା ହେଲାଣି । କାରଣ ସିଢି ଚଢିବା କଷ୍ଟଦାୟକ, ସେଇଥି ଲାଗିତ ଆମେ ସିଢି ବ୍ୟବହାର ନକରି ଲିଫ୍ଚରେ ଯାଉଛନ୍ତି । କିନ୍ତୁ ଜାଣିରଖିବା ଦରକାର ଏଇଥି ପାଇଁ ଆମ ଶରୀର ଉପରେ କେତେ ମାତ୍ରାରେ ଖରାପ ପ୍ରଭାବ ପଡୁଛି ।

ସିଢି ଚଢିଲେ କଣ ହୁଏ ?

ନିଇତି ସିଢି ଚଢିଲେ ମାନସିକ ସ୍ୱାସ୍ଥ୍ୟ ଭଲ ରୁହେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସିଢି ଚଢିବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ । ତା ସହିତ ଶରୀରରେ ଅଧିକ ବ୍ଲଡ଼ ପମ୍ପ କରିଥାଏ ଓ ଚିନ୍ତା ମାନସିକ ଚାପ ଦୂରହୁଏ ।

ଓଜନ କମାଇବାରେ ସାହାଯ୍ୟ କରେ

ଯଦି ଆପଣ ସିଢି ଚଢ଼ିବାର ଅଭ୍ୟାସ କରୁଛନ୍ତି ତେବେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରକୁ ଏକ ସୁନ୍ଦର ସେଫ୍ ଦେବାରେ ସାହାଯ୍ୟ କରେ । ପ୍ରତିଦିନ ସିଢିରେ ଚାଲିବା ଦ୍ୱାରା ଏକ ବାଲାନ୍ସ ମେନଣ୍ଟେନ ହୁଏ । ବାର୍ଦ୍ଧକ୍ୟରେ ପଡିଯିବାର ସମସ୍ୟା ଏତେ ଦେଖାଯାଏ ନାହିଁ ।  କିନ୍ତୁ ଆପଣ ସିଢିକୁ ସାଧାରଣ ଭାବରେ ଚାଲିବା ଆବଶ୍ୟକ , ଆପଣ ଏକ କାଳୀନ ଅଧିକ ଚାପ ନନେଇ କରନ୍ତୁନି । ବରଂ ଧିରେ ଧିରେ କରନ୍ତୁ । 

ବାଲାନ୍ସ ସହ ବଢେ ଷ୍ଟାମିନା 

ଏହାଦ୍ୱାରା ଶରୀର ସନ୍ତୁଳନ ଓ ସହନଶକ୍ତିକୁ ଉନ୍ନତ କରିଥାଏ । 

ମାଂସପେଶୀ ଠିକ ରହିବା ସହ କୋଲେଷ୍ଟ୍ରଲ ଓ ହୃଦଘାତ ଠାରୁ ଦୂରେଇ ଥାଏ 

ସିଢି ଚଢିବା ଦ୍ୱାରା ଆପଣଙ୍କ ମାଂସପେଶୀ ମଜବୁତ ହେବା ସହିତ ରକ୍ତରେ କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରିତ ହୁଏ ଏବଂ ମଧୁମେହ ରୋଗୀଙ୍କ ପାଇଁ ସିଢି ଚଢିବା ଗୋଟିଏ ଭଲ ଅଭ୍ୟାସ l ସିଢି ଚଢିବା ଅଭ୍ୟାସ ହୃଦ ଘାତ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ହୃତପିଣ୍ଡ ଓ ଫୁସଫୁସ୍ ପାଇଁ ସିଢି ଚଢିବା ସବୁଠୁ ଉତ୍ତମ ବାୟାମ । ଏହାସହ ଲିପିଡ୍ ପ୍ରୋଫାଇଲ୍ ରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଏ । ସୁସ୍ଥ ଲିପିଡ୍ ପ୍ରୋଫାଇଲ୍ ଦ୍ୱାରା ଗୁଡ୍ କୋଲେଷ୍ଟ୍ରଲ୍ ଲେଭଲ୍ ଅଧିକ ରହିଥାଏ ଓ ବ୍ୟାଡ୍ କୋଲେଷ୍ଟ୍ରଲ୍ ଲେଭଲ୍ ହ୍ରାସ ପାଇଥାଏ ।

ଟାଇପ-2 ଡାଇବେଟିସ୍ ରିସ୍କରୁ ମଧ୍ୟ ଏହା ଦୂରେଇ ରଖେ । ଶରୀରରେ ଗ୍ଲୁକୋଜ ମେଟାବୋଲିଜିମ୍ ଓ ଇନସୁଲିନ୍ ର ଉନ୍ନତ କରିବାରେ ଏହା ସାହାଯ୍ୟ କରେ ।  ଯଦି ଆପଣ ଅସୁସ୍ଥ ଅଛନ୍ତି ଏବଂ ଏହି ବ୍ୟାୟାମ କରିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ଥରୁଟିଏ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା