ହତ୍ୟା ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ, 2 ଜଣଙ୍କର ହୋଇସାରିଛି ମୃତ୍ୟୁ
by Argus News
Sat, Feb 24 | 7:12 p.m.

ନୟାଗଡ: ୨୦୦୨ ମସିହାରେ ନୟାଗଡ଼ ଜିଲ୍ଲା କେଶପାନିଆ ଗାଁରେ ମଦନ ନାୟକଙ୍କୁ ହତ୍ୟା ମାମଲା l 22 ବର୍ଷ ପରେ ଆସିଲା ବଡ଼ ରାୟ । ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ 10 ହଜାର ଲେଖାଏ ଜୋରିମାନା ଏବଂ ଜରିମାନା ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ ଦେଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ । ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରୋସକ୍ୟୁଟର ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରୁଥିଲେ । 

୨୦୦୨ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା କେଶପାନିଆରେ ହୋଇଥିଲା ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ପୂର୍ବ  ଶତ୍ରୁତାକୁ କେନ୍ଦ୍ର କରି ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏଥିରେ 18 ଜଣ ଅଭିଯୁକ୍ତ ସାମିଲ ଥିଲେ । ଠେଙ୍ଗା କଟୁରୀ ଆଦି ମାରଣାସ୍ତ୍ରରେ ହତ୍ୟା କରିଥିଲେ । ଏହି ସମୟରେ ମଦନକୁ ଉଦ୍ଧାର କରିବାକୁ ଆସିଥିବା ଏକାଧିକ ବ୍ୟକ୍ତି ମଧ୍ୟ ବୋମା ଓ ପଥର ମାଡ଼ରେ ଗୁରୁତର ଆହତ ହୋଇଥିଲେ ।

ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 6 ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ହତ୍ୟାକାଣ୍ଡ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ତଦନ୍ତ କରି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ