ଖବର ପୋଷ୍ଟ କରି ପାନୀୟ ଜଳ ସମସ୍ୟା ନେଇ ଘେରିଲେ କେନ୍ଦ୍ରମନ୍ତ୍ରୀ
by Argus News
Sun, Apr 14 | 7:56 p.m.

ଅର୍ଗସ ବ୍ୟୁରୋ : ପାନୀୟ ଜଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଆଟାକ୍ ଜାରି । ଏକ୍ସରେ ସମ୍ବାଦପତ୍ରରେ ପ୍ରକାଶିତ ଦୁଇଟି ଖବର ପୋଷ୍ଟ କରି ୨୫ ବର୍ଷର ରୂପନ୍ତରଣ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ଲେଖିଛନ୍ତି ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୮.୭୬ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ । ପ୍ରାୟ ୫୬.୧୨ ପ୍ରତିଶତ ଗ୍ରାମବାସୀ ଏବେ ବି ଦୂଷିତ ପାଣି ବ୍ୟବହାର କରୁଛନ୍ତି । ରାଜ୍ୟରେ ଅତି କମରେ ୧୫ଟି ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇନାହିଁ । ସହରାଞ୍ଚଳରେ ମଧ୍ୟ ୩୧.୨ ପ୍ରତିଶତ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି । କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ "ପାଣି ନ ଦେଲେ ଭୋଟ୍ ଦେବୁ ନାହିଁ" ବୋଲି ମାତୃଶକ୍ତି ସ୍ବର ଉଠାଇଛନ୍ତି । ଏହି ସବୁ କ’ଣ ଲମ୍ବା ୨୫ ବର୍ଷ ଶାସନର ରୂପାନ୍ତରଣ ?

କେନ୍ଦ୍ରମନ୍ତ୍ରୀ ଉଠାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଏହି ଗମହା ଗାଁର ସ୍ଥିତି ଅତି ଦୟନୀୟ । ୧୨୦ପରିବାର ରହୁଥିବା ଏହି ଗାଁରେ ପାନୀୟ ଜଳ ଅଭାବରୁ କିଡନୀ ରୋଗ ବ୍ୟାପୁଛି । ସେଥିପାଇଁ ମାର୍ଶାଘାଇ ବଜାରରୁ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆଉ ଗାଁ ଲୋକେ ଚେତାବନୀ ଦେଇଛନ୍ତି ଏଥର ପାଣି ନାହିଁତ ଭୋଟ ନାହିଁ । 

ସେହିପରି ସମ୍ବାଦପତ୍ରରେ ଡିଏମଏଫର ଦୁରୁପଯୋଗ ସମ୍ପର୍କିତ ଆଉ ଏକ ଖବର ପୋଷ୍ଟ କରି ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ରାଉରକେଲା ପୋଲିସ ଇନୋଭା ଗାଡି କିଣୁଛନ୍ତି । 

ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଗ୍ରାମବାସୀଙ୍କୁ ନିଜେ ରାସ୍ତା ନିର୍ମାଣ କରିବାକୁ ପଡୁଛି, ଯାହା କ୍ଷୋଭ ଓ ପରିତାପର ବିଷୟ । ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ? ଯେଉଁ ଖଣି ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଡିଏମଏଫ ପାଣ୍ଠି ଉଦ୍ଧିଷ୍ଟ, ସେମାନେ ଆଜି ସର୍ବନିମ୍ନ ନାଗରିକ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ସ୍ଥାନୀୟ ସରକାରର ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ କି ?

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡ଼ପୁରୁଣାପାଣି ପଞ୍ଚାୟତର ଏହି କପଣ୍ଡ ଗାଁ ଲୋକେ ଦଶନ୍ଧି ଦଶନ୍ଧି ଧରି ରାସ୍ତା ସମସ୍ୟାକୁ ନେଇ କଲବଲ ହୋଇଆସୁଛନ୍ତି । ଆଉ ବର୍ଷା ଦିନେ ଏମାନଙ୍କ ଜୀବନ ଯେମିତି ଅଭିଶପ୍ତ ପାଲଟିଯାଉଛି । ସ୍ବାସ୍ଥ୍ୟ ସେବା ପାଇଁ ଚାଲି ଚାଲି କପଣ୍ଡ ଗ୍ରାମକୁ ଆସିବାକୁ ପଡୁଛି । ରାସ୍ତା ନଥିବାରୁ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀ ଓ ଗର୍ଭବତୀଙ୍କୁ କପଣ୍ଡ ଗାଁ ଯାଏ ଖଟିଆରେ ବୋହିକି ନେବାକୁ ପଡୁଛି । ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଗୁହାରୀ ପରେ ବି କିଛି ହେଲାନି । ଶେଷରେ ନିଜେ ଗ୍ରାମବାସୀ ଶ୍ରମଦାନ କରି କପଣ୍ଡ ଗ୍ରାମରୁ ଦଲଦଲି ସାହି ଯାଏ ରାସ୍ତା ତିଆରି କରିଛନ୍ତି । ଇଏ ମାତ୍ର ଦୁଇଟି ଉଦାହରଣ ଖବରକାଗଜ ପୃଷ୍ଠାରୁ ସାମ୍ନାକୁ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ସାରା ରାଜ୍ୟରେ ଏପରି ପୁଳାପୁଳା ସମସ୍ୟା । ଯାହାକି ୨୪ ନିର୍ବାଚନରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ପ୍ରସଙ୍ଗ ବନି ସାରିଛି । ଆଉ ପ୍ରଶ୍ନ ଘେରକୁ ଆସିଛି ୨୫ ବର୍ଷର ସରକାରଙ୍କ ମିଛ ରୂପାନ୍ତରଣ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ