ସେଲିବ୍ରେଶନ ସରିବାପରେ କୋହଲି ହଠାତ ପଳାଇଲେ ଲଣ୍ଡନ
by Argus News
Fri, Jul 05 | 2:22 p.m.

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ ଟ୍ରଫି ଜିତିବାପରେ ଟିମ ଇଣ୍ଡିଆକୁ ସ୍ବଦେଶରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ସେଲିବ୍ରେସନ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ସେଲିବ୍ରେଶନ ସରିବାପରେ ସେଠାରୁ ସିଧା ଲଣ୍ଡନ ଯାଉଥିଲେ। ବିରାଟ କୋହଲି ଧଳା ଟି-ଶର୍ଟ, କ୍ରିମ ରଙ୍ଗର ପ୍ୟାଣ୍ଟ ଏବଂ ସବୁଜ ଜ୍ୟାକେଟ ପିନ୍ଧିଥିଲେ। ଏକ କଳା କାରରେ ଯିବାବେଳେ ତାଙ୍କୁ ସ୍ପଟ କରାଯାଇଥିଲା। ବିମାନବନ୍ଦର ଭିତରକୁ ଯିବାପୂର୍ବରୁ ସେ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଲଣ୍ଡନରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା, ଝିଅ ଭାମିକା, ପୁଅ ଅକାୟଙ୍କୁ ଭେଟିବେ। 

ବିରାଟ ଏବଂ ଅନୁଷ୍କା ଚଳିତବର୍ଷ ଫେବୃୟାରୀରେ ଦ୍ବିତୀୟ ସନ୍ତାନର ମାତାପିତା ହୋଇଛନ୍ତି। ଟି-୨୦ ବିଶ୍ବକପ ୨୦୨୪ର ସେମିଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବ୍ୟାଟରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ଫ୍ୟାନମାନଙ୍କୁ ଖୁସି କରିଦେଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଦ୍ରୌପଦୀ ମୁର୍ମୁ
14m ago
ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅର୍ଗସ ବ୍ୟୁରୋ : ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ବିକେ ଆର୍ଟ ସମେତ ସଂସ୍କୃତ ମହାବିଦ୍ୟଳୟର ଛାତ୍ରଛାତ୍ରୀ ମାନଙ୍କୁ କଲ
ବିଜେଡି
ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି
ଭୁବନେଶ୍ୱର: ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି । ସେଇ ରୂପ ରେଖ ସ୍ୱରୂପ ଗତକାଲି ରଥଯାତ୍ରା ଭଳି ପବିତ୍ର ଦିନରେ ନବୀନ ପଟ୍ଟନାୟକ ଦଳର ରୂପରେଖ କୁ ପରିବର୍ତ୍ତନ କରିଛନ୍ତି । ରାଜ୍
ସାଧବ ବୋହୂ
ବର୍ଷା ଆସିଲେ ମନେ ପଡେ ସାଧବ ବୋହୂ...
ଭୁବନେଶ୍ୱର: ବର୍ଷା ଆସିଲେ ଆସେ ସାଧବ ବୋହୁ। ମାଟିରେ ତାର କୁନି କୁନି ପାଦରେ ଠୁକୁଠୁକୁ ହୋଇ ଚାଲେ ଲାଲ ରଙ୍ଗର ଟୁକଟୁକୁ ସାଧବ ବୋହୁ। ଭାରି ଭଲ ଲାଗେ ତାକୁ