ପୁରୁଷ ଟିମ୍ ପରେ ବିଶ୍ଵକପରେ ମହିଳା ଦଳର ପାଳି
by Argus News
Wed, Oct 09 | 8:01 a.m.

ଅର୍ଗସ ବ୍ୟୁରୋ: ପୁରୁଷଙ୍କ ପରେ ଏଵେ ମହିଳା କ୍ରିକେଟ ଦଳର ପାଳି। ରୋହିତ ଆଣ୍ଡ କୋଙ୍କ ସଫଳତା ରିପିଟ କରିପାରିବେ କି ହରମନପ୍ରୀତ ଆଣ୍ଡ କୋ। ବିଶ୍ବକପରେ ଆଗକୁ ସେମିଫାଇନାଲ ଥିବା ବେଳେ ଗମ୍ଭୀର ସ୍ଥିତିରେ ଅଛି ଭାରତୀୟ ମହିଳା ଟିମ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ 58 ରନର ବୃହତ ପରାଜୟ ଏଵେ ପାଲଟିଛି ଟିମର ମୁଣ୍ଡବ୍ୟଥାର କାରଣ। ପାକିସ୍ତାନ ବିପକ୍ଷ ଦ୍ଵିତୀୟ ମ୍ୟାଚରେ ଦଳ ବିଜୟ ହାସଲ କରିଥିଲେ ମଧ୍ୟ ନେଟ୍ ରନରେଟରେ ବହୁତ ପଛରେ ରହିଛି ଦଳ। ଆଗକୁ ଏସିଆ ଚାମ୍ପିଅନ ଶ୍ରୀଲଙ୍କା ଏବଂ ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଥିବା ବେଳେ ସେମିଫାଇନାଲ ପାଇଁ ଉଭୟ ମ୍ୟାଚରେ ବିଜୟ ଆବଶ୍ୟକ। 

ଟି -20 ବିଶ୍ବକପରେ ଭାରତୀୟ ମହିଳା ଦଳଠାରୁ ଯେଉଁ ପ୍ରଦର୍ଶନ ଆଶା କରାଯାଉଥିଲା ସେମିତି ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଦଳଠାରୁ ବୃହତ ବିଜୟ ଆଶା କରାଯାଉଥିଲେ ମଧ୍ୟ ସେମିତି ପ୍ରଦର୍ଶନ ନାହିଁ। ଗୋଟିଏ ସୁଚିନ୍ତିତ ରଣକୌଶଳ ଆପଣାଇଲେ ଭାରତ ମଧ୍ୟ ଭାରତ ସଫଳତା ହାସଲ କରିପାରିବ। 

2020 ମହିଳା ଟି-20 କ୍ରିକେଟ ବିଶ୍ବକପରେ ଫାଇନାଲ ଖେଳିଥିଲା ଭାରତ। ତେବେ କେବେ ଏହି ଟୁର୍ଣ୍ଣାମେଣ୍ଟ ଜିତି ନଥିବା ଭାରତ ଏଥର ଏହି ବିଜୟୀ ହେଉ ବୋଲି ଆଶା କରିଛନ୍ତି କ୍ରିକେଟ ଫ୍ୟାନ।

ଅଧିକ ପଢ଼ନ୍ତୁ ଖେଳ ଖବର...

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର