ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
by Argus News
Thu, Oct 10 | 8:32 p.m.

ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ । ସପ୍ତମୀରେ ଆଜି ନବପତ୍ରିକା ପୂଜା ସହିତ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଲାଗି ଚକ୍ଷୁ ଦାନ କରାଯାଇଛି । ଘଟ ସ୍ଥାପନ କରାଯାଇ ନବପତ୍ରିକା ପୂଜା ସହିତ ମାଆଙ୍କୁ ଆବାହନ କରାଯାଇଥିଲା । କଟକରେ ମହା ସପ୍ତମୀ ପୂଜା ଏବଂ ସୁନା, ଚାନ୍ଦି ମେଢ଼ ଦେଖିବାକୁ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ପୋଲିସ କମିଶନର ଏବଂ ଡିସିପି ।

ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସୀମାନ୍ତ ବୋଲଗଡ଼ ବ୍ଲକ ମାଣିକାଗୋଡା ଗାଁରେ ଦଶହରା ପର୍ବ ଧୁମଧାମରେ ଚାଲିଛି । ଏଠି ଦେଖିବାକୁ ମିଳେ ଭାଇଚାରାର ପ୍ରତୀକ । ବୈଦିକ ବ୍ରାହ୍ମଣ ମୁସଲମାନ ଦଳବେହେରାଙ୍କ ହାତରେ କୁଶ ବଟୁ ପିନ୍ଧାଇ ହୋମରେ ଘୃତ ଅର୍ଘ ଦେଇଥାଆନ୍ତି । ଯାହାକି ସମଗ୍ର ବିଶ୍ବରେ ଅନନ୍ୟ । 4 ଦିନ ରହଣି ଭିତରେ ମାଆଙ୍କ କ୍ଷେତ୍ରରେ ଭୋଗ ଲାଗି ସରଞ୍ଜାମ ମୁସଲମାନ ଦଳବେହେରା ବହନ କରିଥାଆନ୍ତି ।

ଭଦ୍ରକରେ ଧୁମଧାମରେ ପାଳିତ ହେଉଛି ମାଆଙ୍କ ପୂଜା । ବନ୍ତ ସ୍ଥିତ ଦୁର୍ଗା ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି  l ପୂଜା ପାଉଛନ୍ତି ମାଆ ଦଶଭୂଜା l ଦାଣ୍ଡ ପୁଷ୍କରିଣୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ସହ ମାଆଙ୍କୁ ଚକ୍ଷୁଦାନ କରାଯାଇଛି l 

ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପୀଠ କୁଆଁରୀ ପାଟଣା ନାମରେ ପରିଚିତ ପାଟଣାଗଡ଼ ସହରରେ ଚାଲିଛି ସାରଦୀୟ ମାହୋଲ । ଦେବୀ ପୀଠମାନଙ୍କରେ ଶୋଡ଼ଷ ଉପଚାର ପୂଜା । ମଣ୍ଡପରେ ଆରମ୍ଭ ହୋଇଛି ଜଗତ ଜନନୀ ଦୁର୍ଗାଙ୍କ ପୂଜା । ଦିନବେଳେ ବିଭିନ୍ନ ଦେବୀ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁମାନେ ଭିଡ ଲଗାଇଥିବାବେଳେ ସଂଧ୍ୟା ହେଲେ ଆଳତୀ ପାଇଁ ଲାଗୁଛି ଭକ୍ତଙ୍କ ଗହଳି । 

ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ବରୀ ଠାକୁରାଣୀଙ୍କ ନବରାତ୍ର ପୂଜାର ସପ୍ତମୀ ପୂଜା ଆରମ୍ଭ ହୋଇ ସୁନାବେଶରେ ପୂଜିତ ହୋଇଛନ୍ତି ମାଆ । ନବଦିନାତ୍ମକ ପୂଜାର ପ୍ରଥମ ଦିବସରୁ  ପୂଜାପାଠ, ହୋମଯଜ୍ଞ, ଅନ୍ନଯଜ୍ଞ ଓ  ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା । 

କେବଳ ଉପକୂଳ ନୁହେଁ ଦୁର୍ଗମ ଅଞ୍ଚଳରେ ପୂଜା ପାଉଛନ୍ତି ମାଆ । ୧୯୬୭ ମସିହାରେ ଆରମ୍ଭ ହୋଇଥିବା ମାଆ ଦୁର୍ଗାଙ୍କ ପୂଜା ଏବେ ବି  ସୁନ୍ଦରଗଡ ଜିଲ୍ଲା କୋଇଡା ମହକୁମାରେ ପୂଜା ହେଉଛନ୍ତି । 

ଏଥର ଦୁର୍ଗା ପୂଜା ମେଢ଼ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର, କଟକ ଓ କେନ୍ଦୁଝରରେ ବିଭିନ୍ନ ମେଢ଼ ବୁଲି ମାଆଙ୍କ ଦର୍ଶନ କରିବେ । 11 ତାରିଖ ମହାଷ୍ଟମୀ ଦିନ ଭୁବନେଶ୍ବର, 12 ତାରିଖ ମହାନବମୀ ଦିନ କଟକରେ ମା ଦୁର୍ଗାଙ୍କ ଆଶୀର୍ବାଦ ନେବେ । ସେହିଦିନ ଅପରାହ୍ନ 4ଟାରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । 13 ତାରିଖ ଦିନ ନିଜ ଜିଲ୍ଲାରେ ଦୁର୍ଗା ପୂଜାରେ ସାମିଲ ହେବେ ମୋହନ ମାଝୀ ।

 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର