ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ସରଗରମ
by Argus News
Thu, Apr 18 | 9:07 a.m.

ଅର୍ଗସ ବ୍ୟୁରୋ:  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ଆହୁରି ସରଗରମ ହୋଇଛି । ଯଦି ଲୋକସଭା ପ୍ରାର୍ଥୀ କଥା ଦେଖିବା ତେବେ କଳାହାଣ୍ଡିରେ ବିଜେପିରୁ ମାଲବିକା କେଶରୀ ଦେଓ,  ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି । ସେହିପରୀ ନବରଙ୍ଗପୁର ବିଜେଡିରୁ ପ୍ରଦୀପ ମାଝି, ବିଜେପିରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ଭୁଜବଳ ମାଝି ପ୍ରାର୍ଥୀ ରହିଛନ୍ତି । ସେପଟେ ବ୍ରହ୍ମପୁରରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ମିଳିଛି ଟିକେଟ୍ ।

ଏହା ସହ କୋରାପୁଟରେ ବିଜେପିରୁ କାଳୀରାମ ମାଝୀ, କଂଗ୍ରେସରୁ ସପ୍ତଗିରି ଉଲାକା ଓ ବିଜେଡିରୁ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ସହ ପ୍ରାୟ ୭ରୁ ୮ ବିଧାନସଭା ଆସନ ବେସ ଚର୍ଚ୍ଚାରେ ରହିଛି । ଏଠାରେ ଘମାଘୋଟ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି । ନର୍ଲା, ନୂଆପଡ଼ା, ପାରଳାଖିମୁଣ୍ଡି, ଧର୍ମଗଡ, ଭବାନୀପାଟଣା, କୋରାପୁଟ, ଜୟପୁର ଭଳି ଆସନରେ ବିଭିନ୍ନ ଦଳ ହେବିୱେଟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

REPOLLING
9m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
13m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
16m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍