ବିବାହ ସରିବା ମାତ୍ରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ନବଦମ୍ପତି
by Argus News
Fri, Apr 19 | 12:37 p.m.

ଅର୍ଗସ ବ୍ୟୁରୋ:  ବିବାହ ସରିଲା । ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ ଦମ୍ପତି । ଆଉ ବିବାହ ସରୁ ସରୁ ଶାଶୁ ଘରକୁ ନୁହେଁ ପୋଲିଂ ବୁଥ୍ କୁ ଗଲେ ନବ ଦମ୍ପତି । ଜମ୍ମୁ-କଶ୍ମୀରରେ ଗୋଟିଏ ଆସନ ପାଇଁ ଭୋଟିଂ ଚାଲିଥିବାବେଳେ ବିବାହ ସରିବା ମାତ୍ରେ ଉଭୟ ପତି-ପତ୍ନୀ ବିହାଘର ଯୋଡାରେ  ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଦମ୍ପତି । 

ଏନେଇ ନବବଧୂ ରାଧିକା ଶର୍ମାଙ୍କ କହିବା କଥା ଗତକାଲି ବିବାହ ସରିଥିଲା । ଆଜି ବିଦାୟୀ ପରେ ମୁଁ ମୋ ସ୍ୱାମୀଙ୍କୁ କହିଲି ଆମେ ପୋଲିଂ ବୁଥ୍ ଯିବା । ଏହାପରେ ଆମେ ଦୁହେଁ ଆସି ମତ ସାବ୍ୟସ୍ତ କରିଛୁ । ଏହାସହ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ନିଜର ମତ ସାବ୍ୟସ୍ତ କରନ୍ତୁ । ଦେଶର ନାଗରିକ ହେବାର ଦାୟିତ୍ୱ ତୁଲାନ୍ତୁ । 

ସେପଟେ ପୋଲିଂ ବୁଥ୍ ରେ ନବ ଦମ୍ପତିଙ୍କୁ ଦେଖି ପୋଲିଂ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉପସ୍ଥିତ ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ତାଙ୍କ ଉଦେଶ୍ୟ ଜାଣିବା ପରେ ଖୁସି ହେବା ସହ ତାଙ୍କୁ ସାବାସୀ ଦେଇଥିଲେ । 


 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6