ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
by Argus News
Fri, Sep 20 | 9:47 p.m.

ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ  ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିର୍ତ୍ତୋଲ ବ୍ଲକର ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ହେବା ସହ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଯୋଗ ଦେଇଥିଲେ । 

ବୈଠକର ଆରମ୍ଭ ସମୟ ୧୦ ଟାରୁ ୧୧ ଟା ଭିତରେ ଥିବାବେଳେ ବିଧାୟକ ସମର୍ଥକମାନଙ୍କ ସହ ଶାରଳା ରୋଡରୁ ତିର୍ତ୍ତୋଲ ବ୍ଲକକୁ ଡିଜେ ଓ ବାଣ ଫୁଟାଇ ରୋଷଣୀ କରି ଦିନ ପ୍ରାୟ ୧୨ ରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ସଭା ମଝିରୁ ବିଧାୟକ ଦୁଇ ଘଣ୍ଟା ପାଇଁ କେଉଁଆଡେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲକ ପ୍ରଶାସନ ଓ ବିଧାୟକଙ୍କ ଏଭଳି ମନମୁଖୀ କାର୍ଯ୍ୟପାଇଁ ଦିନ ଦୁଇଟାରେ ସଭା ସରିବା ପରିବର୍ତ୍ତେ  ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିଥିଲା । 

ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ସଭାରେ ହଟ୍ଟଗୋଳ ହୋଇଥିବାବେଳେ ସଭା ବାହାରେ ମଧ୍ୟାହ୍ନ ଭୋଜନ ବିଳମ୍ବରୁ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଖାଲି ସେତିକି ନୁହେଁ ବ୍ଲକ ପରିସରରେ ବିଧାୟକଙ୍କୁ ଡିଜେ ବଜାଇବା ପାଇଁ କିଏ ଅନୁମତି ଦେଲା ଓ ଏତେ ସମୟ ବିଳମ୍ବରେ ବିଧାୟକ କାହିଁକି ଆସିଲେ ତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସମିତି ବୈଠକ ନହୋଇଥିବାରୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ବିଭିନ୍ନ ପ୍ରସଙ୍ଗରେ ବିଡ଼ିଓଙ୍କୁ ଦାୟୀ କରିଥିଲେ ।
 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6