Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
by Argus News
Fri, Sep 20 | 9:25 p.m.

ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକୁ ଇଚ୍ଛା କରୁଛି । ତା ସହ ଆଉ ଜଣଙ୍କୁ suggest ବି କରୁଛି ଫିଲ୍ମଟି ଦେଖ । ମସ୍ତ ହେଇଛି । ଷ୍ଟୋରୀ, ଡିରେକସନ୍, ଡାଇଲଗ୍...ଆକ୍ଟିଂ ସବୁ ଯେମିତି A କ୍ସାସ୍ । ଫିଲ୍ମଟି ଏମିତି ହେଇଛି ଥରେ ଦେଖିଲେ ଆପଣଙ୍କ ମୁଣ୍ଡରୁ ସେ ହ୍ୟାଙ୍ଗ୍ ଓଭର୍ ବି ଯିବନି । ସସପେନ୍ସ, ହରର୍ , ଥ୍ରିଲର୍ ସବୁ ଯେମିତି ଖୁନ୍ଦି ହୋଇଛି ଫିଲ୍ମରେ । ଗୋଟେ ସେକେଣ୍ଡ୍ ବି ବୋର୍ ହେବନି । 

ଆଜ୍ଞା ହଁ ଆମେ ଏସବୁ ଏଥିପାଇଁ କହୁଛୁ କାରଣ ଏହି ଫିଲ୍ମ ରି-ରିଲିଜ୍ ହୋଇଛି । ଆଉ ବକ୍ସ ଅଫିସ୍ ରେ ଧମାଲ କରୁଛି । ଏମିତିକି ଫିଲ୍ମଟି 2018ରେ ରିଲିଜ୍ ହୋଇଥିଲା ବେଳେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି । 6 ବର୍ଷ ପୁରୁଣା ଫିଲ୍ନ ଏବେ ନୂଆ ରିଲିଜ୍ ହେଉଥିବା ଫିଲ୍ମକୁ ଟକ୍କର ଦେଉଛି କହିଲେ ଭୂଲ୍ ହେବନି । 

ସେପ୍ଟେମ୍ୱର 13ରେ ଫିଲ୍ମଟି ରିଲିଜ୍ ହୋଇଥିବାବେଳେ ଶୁକ୍ରବାର 1.65 କୋଟିରେ ଖାତା ଖୋଲିଥିଲା । ଶନିବାର 2.65 କୋଟି, ରବିବାର 3.04 କୋଟି, ସୋମବାର 1.69 କୋଟି, ମଙ୍ଗଳବାର 1.66 କୋଟି, ବୁଧବାର 1.42 କୋଟି, ଗୁରୁବାର 1.33 କୋଟି ଟଙ୍କା ଇନକମ୍ କରିସାରିଲାଣି । ଗୋଟେ ସପ୍ତାହରେ ଫିଲ୍ମଟି 13.44 କୋଟି ଟଙ୍କାର ବିଜନସ୍ କରିଛି ।  
ଫିଲ୍ମ କ୍ରିଟିକ୍ ତରନ ଆଦର୍ଶ କହିଛନ୍ତି ଯେ, ଫିଲ୍ମର ଯେମେତି ରେସପନ୍ସ ଅଛି ଦ୍ୱିତୀୟ ସପ୍ତାହରେ ମଧ୍ୟ ଏହା ଭଲ କମେଇବ । ଏପରିକି ଏହି ଫିଲ୍ନକୁ  ଓସ୍କାର ପାଇଁ ନମିନେଟ୍ କରିବା କଥା ଲୋକେ କହିବା ଆରମ୍ଭ କଲେଣି । 

ସେପଟେ ସେପ୍ଟେମ୍ବର 20 ଅର୍ଥାତ୍ ଆଜି ଜାତୀୟ ସିନେମା ଦିବସ । ଆହୁରି ଭଲ ରେସପନ୍ସ ମିଳିବ ବୋଲି ଆଶା କରାଯାଉଛି । ଆକ୍ଟର ପ୍ରଡ୍ୟୁସର ସୋହମ୍ ଶାହ କହିଛନ୍ତି ଯେ ଯେତେବେଳେ 2018 ମସିହାରେ ଫିଲ୍ମଟି ରିଲିଜ୍ ହୋଇଥିଲା ଏତେ ଭଲ ରେସପନ୍ସ ନଥିଲା । ଯେଉଁ କିଛି ଜଣ ଦେଖିଥିଲେ ସେମାନଙ୍କ ମନରେ ଉତ୍କଣ୍ଠା ଥିଲା ଯେ ଏହାର ସେକେଣ୍ଡେ ପାର୍ଟ କେବେ ଆସିବ । ଏହାକୁ ବିଗ୍ ସ୍କ୍ରିନ୍ ରେ ଦେଖିବାକୁ ଅନକେଙ୍କ ଇଚ୍ଛା ମଧ୍ୟ ଥିଲା । ଫ୍ୟାନ୍ସଙ୍କ ଏହି ଡିମାଣ୍ଡ ଯୋଗୁଁ ପୁଣି ଥରେ ରିଲିଜ୍ କରିବାକୁ ପ୍ଲାନ୍ କରିଥିଲେ ପ୍ରଡ୍ୟୁସର । ଯାହା ଦର୍ଶକଙ୍କ ଠାରୁ ଢେର୍ ସାରା ଭଲ ପାଇବା ସାଉଁଟୁଛି । ଏହାସହ ଶାହ କହିଛନ୍ତି ଦର୍ଶକଙ୍କ ଡିମାଣ୍ଡକୁ ଦେଖି ଫିଲ୍ନର ସିକ୍ୟୁଏଲ୍ ଖୁବଶୀଘ୍ର ଆସିବାକୁ ଯାଉଛି । 

ତେବେ ଏଠାରେ କହି ରଖୁଛୁ TUMBBAD ଏକ ଆଈ ମା ର ଗପ ଭଳି ଷ୍ଟୋରୀ । ଖଜାନା ପାଇଁ ଜୀବନକୁ ବାଜିରେ ଲଗାଇବାକୁ ପଡୁଛି । ଏତେ ସୁନ୍ଦର ଭାବରେ ଡିରକେସନ ଦିଆଯାଇଛି, ପ୍ରତିଟି କ୍ୟାରେକ୍ଟର୍, ଆକ୍ଟି ଏତେ ନିକ୍ଷୁଣ ଭାବରେ କାମ ହୋଇଛି ଯେ ଏହି ଫିଲ୍ନକୁ ତିଆରି କରିବାକୁ ପାଖାପାଖି 6 ବର୍ଷ ଲାଗିଥିଲା ବୋଲି କହିଛନ୍ତି ସୋହମ୍ ଶାହ । ଏମିତିକି ଫିଲ୍ମର କେବଳ ଏଡିଟିଂରେ 2 ବର୍ଷ ସମୟ ଯାଇଥିଲା । ଯେତେବେଳେ ଏହା ରିଲିଜ୍ ହୋଇଥିଲା ସେତେବେଳେ ଫିଲ୍ନକୁ ଏତେ ଭଲ ରେସପନ୍ସ ମିଳିନଥିଲା ସତ ହେଲେ ଏବେ ବକ୍ସ ଅଫିସ୍ ରେ ରାଜ୍ କରୁଛି Tumbbad । 
 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6