ପ୍ରେକ୍ଷାଳୟରୁ ହଟିଲା ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ
by Argus News
Wed, Oct 16 | 5:28 p.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଲ୍ମ ଜରିଆରେ ନିଜ ଫିଟନେସ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଟ୍ ରହିବା ପାଇଁ ଅଭିନେତା ସବୁବେଳେ ଲୋକଙ୍କୁ ଟିପ୍ସ ଏବଂ ସାମାଜିକ ବାର୍ତ୍ତା ଦେଉଥିବାର ଦେଖିବାକୁ ମିଳୁଛି। ଅକ୍ଷୟଙ୍କ ‘ନୋ ସ୍ମୋକିଂ’ ସମ୍ବନ୍ଧୀୟ ଏକ ବିଜ୍ଞାପନ ମଧ୍ୟ ବେଶ୍ ଲୋକପ୍ରିୟ। ଯାହାକୁ ପ୍ରେକ୍ଷାଳୟରେ ପ୍ରତ୍ୟେକ ଫିଲ୍ମ ରେ ପ୍ରଦର୍ଶିତ କରାଯାଏ। ନିକଟରେ ଏହି ବିଜ୍ଞାପନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ସେନ୍ସର ବୋର୍ଡ ଏବେ ଏହି ବିଜ୍ଞାପନକୁ ପ୍ରେକ୍ଷାଳୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ ୬ ବର୍ଷ ତଳେ ରିଲିଜ୍ ହୋଇଥିଲା। ଯାହାକୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଯାଏ । ଅକ୍ଷୟଙ୍କ ଏହି ବିଜ୍ଞାପନକୁ ନନ୍ଦୁ ବିଜ୍ଞାପନ ମଧ୍ୟ କୁହାଯାଏ । ଯେଉଁଥିରେ ଅଭିନେତା ସାନିଟାରୀ ପ୍ୟାଡର ମହତ୍ତ୍ୱ ବୁଝାଇବା ସହ ଲୋକଙ୍କୁ ଧୂମପାନ ନ କରିବାକୁ ବାର୍ତ୍ତା ଦେଇଥାନ୍ତି । ଏହି ବିଜ୍ଞାପନକୁ ଏବେ ପ୍ରେକ୍ଷାଳୟରୁ ହଟାଇ ଦିଆଯାଇଛି।
ବଲିଉଡ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବରରୁ ଏହି ପରିବର୍ତ୍ତନ କରାଯାଇଛି।

ସେହିପରି ରାଜକୁମାର ରାଓଙ୍କ ଫିଲ୍ମ ‘ଭିକି ବିଦ୍ୟା କା ଓ ୱାଲା ଭିଡିଓ’ ରିଲିଜ୍ ହେବା ପରେ ଏଥିରେ ନନ୍ଦୁଙ୍କ ବିଜ୍ଞାପନ ଦେଖାଯାଇନଥିଲା। ଏବେ ତା ବଦଳରେ ଏକ ନୂଆ ବିଜ୍ଞାପନ ଅଣାଯାଇଥିବା କୁହାଯାଉଛି। ତମାଖୁ ଛାଡିବାର ୨୦ ମିନିଟ୍ ମଧ୍ୟରେ ଶରୀରରେ କିପରି ସକାରାତ୍ମକ ପରିବର୍ତ୍ତନ ଆସିଥାଏ ତାହା ଏଥିରେ ବର୍ଣ୍ଣନା କରାଯାଇଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

ରାଜଧାନୀରେ ଲୁଟ ଅପରେସନ
19m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
27m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
54m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର