ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ
by Argus News
Mon, Feb 12 | 7:49 p.m.

ଅର୍ଗସ ବ୍ୟୁରୋ : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ । ରାଜ୍ୟ ସରକାର ଓଡ଼ିଶାରେ ନିଯୁକ୍ତି ନାଁରେ ଠକେଇ ଅଭିଯାନ ଚଳେଇଥିବା କହିଛନ୍ତି ପେଣ୍ଟିଂ ଆର୍ଟିଷ୍ଟ । ସଂଘର ସଭାପତିଙ୍କ ଅଭିଯୋଗ ରାଜ୍ୟ ସରକାରଙ୍କ କଳା ସଂସ୍କୃତି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଏହାର ସୁଫଳ ଆସୋସିଏସନର କୌଣସି ପେଣ୍ଟର ପାଇ ପାରୁନାହାନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜିକୁ ୮ ବର୍ଷ ଧରି ବିଭିନ୍ନ ଦାବି କରି ଆସୁଥିଲେ ବି କର୍ଣ୍ଣପାତ କରୁନାହାନ୍ତି ସରକାର । ସ୍ବତନ୍ତ୍ର ରଙ୍ଗତୁଳୀ କଳାକାର କଲ୍ୟାଣ ବୋର୍ଡ଼ ଗଠନ, ଠିକାଦାର ପ୍ରଥା ସମ୍ପୂର୍ଣ୍ଣ ବାତିଲ ସହ କଳାକାରଙ୍କୁ ବିଶ୍ୱକର୍ମା ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ରକୁ ଚିଠି, ଏମିତି ୧୨ ଦଫା ଦାବି ସରକାର ପୂରଣ କରନ୍ତୁ । ଯଦି ଏଭଳି ନୁହେଁ ତୁଳି କଳାକାରଙ୍କ ୪୦୦୦୦ ପରିବାର ଭୋଟ ବର୍ଜନ କରିବାର ଧମକ ଦେଇଛନ୍ତି ।

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021