ବୀରମହାରାଜପୁରରେ ପଲିଟିକାଲ ମର୍ଡର ଅଭିଯୋଗ
by Argus News
Thu, Jul 11 | 2:48 p.m.

ଅର୍ଗସ ବ୍ୟୁରୋ:  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଲିଟିକାଲ ମର୍ଡର ଅଭିଯୋଗ । ଫୁଲଚରା ଗାଁର ବିଜେପି ସମର୍ଥିତ ଯୁବକ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ । ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। ତୁରନ୍ତ ଅଭିଯୁକ୍ତ ମାନକୁ ଗିରଫ କରିବା ସହିତ କଠୋର କାର୍ଯାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି, ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ। ଡଗ ସ୍କ୍ୱାର୍ଡ ଦ୍ବାରା ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଳଚରା ଗାଁ ର ସୁରଥ ନାଏକ ଗତକାଲି ସନ୍ଧ୍ୟା ୬ ଟାରୁ ନିଖୋଜ ଅଛନ୍ତି ।

ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରିଥିବାବେଳେ ଜୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବା ଚିହ୍ନ ଦେଖିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ଏତଲା ରଖି ନଥିଲେ । ପରେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ପୋଲିସ ଏତଲା ରଖିଥିଲେ ମଧ୍ୟ କୌଣସି ତତ୍ପରତା ଦେଖାଇ ନଥିବା ଅଭିଯୋଗ ହୋଇଛି । ଘଟଣାରେ କିଛି ବିଜେଡି ନେତା ଓ କର୍ମୀଙ୍କ ସଂପୃକ୍ତି ଥିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସୁରଥଙ୍କ ପୁଅ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର