ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ?
by Argus News
Sat, Jun 15 | 9:12 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ ଜଣଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ ବିଭାଗ ମିଳିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କୁ କୃଷି ଓ କୃଷକ ଶସକ୍ତକରଣ ଏବଂ ଶକ୍ତି ବିଭାଗ ଓ ପ୍ରଭାତି ପରିଡାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମିଳିଛି ।

ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇ ଥିବା ଅନ୍ୟ ବିଭାଗ)
ଉପମୁଖ୍ୟମନ୍ତ୍ରୀ…
୧-କନକ ବର୍ଦ୍ଧନ ସିଂହ ଦେଓ – କୃଷି ଓ କୃଷକ ଶସକ୍ତକରଣ ଏବଂ ଶକ୍ତି
୨-ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ

କ୍ୟାବିନେଟ୍ ମନ୍ତ୍ରୀ…
୧-ସୁରେଶ ପୂଜାରୀ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୨-ରବି ନାରାୟଣ ନାୟକ – ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ
୩-ନିତ୍ୟାନନ୍ଦ ଗଣ୍ଡ – ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣ
୪-କୃଷ୍ଣଚନ୍ଦ୍ର ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ
୫-ପୃଥ୍ୱୀରାଜ ହରିଚନ୍ଦନ – ଆଇନ୍‌, ପୂର୍ତ୍ତ ଓ ଅବକାରୀ
୬ – ମୁକେଶ ମହାଲିଙ୍ଗ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ
୭-ବିଭୁତି ଭୁଷଣ ଜେନା – ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
୮-ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ
ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ…
୧- ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା
୨-ସୂର୍ୟ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୩-ପ୍ରଦୀପ ବଳସମାନ୍ତ – ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ
୪- ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ୟ ଓ ମଧ୍ୟମ ଉଦ୍ଦ୍ୟୋଗ
୫-ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଟେଷ୍ଟ
55m ago
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେ
କାଶ୍ମୀର
କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ
ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାର
ଯୌନ ଶୋଷଣ
ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋ