ଲେନିନ୍‌-ଅମର ମୁହାଁମୁହିଁ ! ଅମରଙ୍କୁ ଦଳ ଛାଡିବାକୁ କହିଲେ ଲେନିନ୍‌
by Argus News
Mon, Oct 14 | 3:38 p.m.

ଅର୍ଗସ ବ୍ୟୁରୋ: ପୁଣି ତେଜିଲାଣି ବିଜେଡିର ଗୋଷ୍ଠୀ କନ୍ଦଳ । ଏବେ ବ୍ୟାକ୍‌ ୱାର ନୁହେଁ ବରଂ ଫ୍ରଣ୍ଟ ୱାର ହୋଇଛି । କାରଣ ଲଗାତାର ବିଜେଡି ଉପରେ ବିଷୋଦଗାର କରିବା ପରେ ଏବେ ଅମରଙ୍କୁ ନେଇ ବିସ୍ଫୋରଣ ବୟାନ ଦେଇଛନ୍ତି ବିଜେଡି ନେତା ଲେନିନ୍‌ ମହାନ୍ତି । ସିଧାସିଧା କହିଛନ୍ତି, ଯାହାଙ୍କୁ ଦଳରେ ଅଣନିଃଶ୍ଵାସୀ ଲାଗୁଛି, ସେମାନେ ଛାଡ଼ି ପଳାଇଲେ ଭଲହୁଅନ୍ତା । ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି । ତା' ପରେ ଯଦି ତାଙ୍କୁ ଅଣନିଃଶ୍ଵାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ।

ପଦଯାତ୍ରା ପରେ ବିଜେଡିରେ ଏବେ ତେଜିଲାଣି ଗୋଷ୍ଠୀ କନ୍ଦଳ । ଖାଲି କନ୍ଦଳ ତେଜିଛି ତାହା ନୁହେଁ ବରଂ ନେତାଏ ପରସ୍ପରକୁ କାଦୁଅ ଫୋପଡା ରାଜନୀତି କରୁଛନ୍ତି । ଗତ କିଛିଦିନ ହେବ ଯାଜପୁର ବଡ଼ଚଣାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ ଗଣମାଧ୍ୟମରେ ଦଳକୁ ନେଇ ବୟାନ ରଖୁଛନ୍ତି । ଏମିତିକି ହାରିବାର ଶ୍ରେୟ କାହିଁକି ନବୀନ ନେବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଏନେଇ ଆଜି ପ୍ରତିକ୍ରିୟା ରଖିଥିଲେ ଲେନିନ । କହିଥିଲେ, ସେ ଦଳକୁ ଗଲେ ପଇସାଟିଏର ବି ପ୍ରଭାବ ପଡିବ ନାହିଁ । ସେ ଯଦି ଅଣନିଶ୍ଵାସୀ ତାହାଲେ କାହିଁକି ରହୁଛନ୍ତି ଦଳରେ ? 

ଲେନିନ୍‌ଙ୍କ ଦଳ ଛାଡ କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅମର । କହିଛନ୍ତି, ସେ ମତେ ପରାମର୍ଶ ନଦେଇ ନିଜ କାମ କରନ୍ତୁ । ବାସ୍ତବରେ ଦଳରେ ମୁଁ ଅଣନିଶ୍ଵାସୀ ହୋଇ ପଡିଛି । ମୁଁ ଏବେ ବିଜେଡିରେ ନାହିଁ । ମୁଁ ଏବେ ସ୍ଵାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି । ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି କହି ଚିଗୁଲାଇଛନ୍ତି ଅମର ।

ମୋଟ୍‌ ଉପରେ ବିଜେଡିରେ ଏବେ ପ୍ରବଳ ଗୋଷ୍ଠୀକନ୍ଦଳ ଓ ନେତାଙ୍କ ସହ ନେତାଙ୍କ ମନାନ୍ତର ରହୁଛି । ବାରମ୍ବାର ଏନେଇ ସୁପ୍ରିମୋ ମିଟିଂ କରିବା ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ତେଣୁ ଆଗାମୀ ଦିନରେ ଲେନିନ-ଅମରଙ୍କ କଳିର ଗତି କୁଆଡ଼େ ଯାଉଛି ତାହା ସମୟ କହିବ ।
 

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ