ବିଜେଡି ଶିବିରରେ ଅମରଙ୍କ ବିସ୍ଫୋରଣ,ମମତା ଓ ସୁଜିତଙ୍କ ଲାଇନରେ ଅଛନ୍ତି ଅନେକ ନେତା
by Argus News
Fri, Oct 18 | 7:28 p.m.

 ଅର୍ଗସ ବ୍ୟୁରୋ:ବରିଷ୍ଠ ନେତାଙ୍କୁ ଦଳରୁ ବାହାରିଯିବା କଥା କହିବା ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ପଡିଲା ମହଙ୍ଗା । ପ୍ରତି ଜବାବ୍ ରଖି ବର୍ଷିଲେ  ବରିଷ୍ଠ ନେତା ଅମର ଶତପଥୀ । କେବଳ ବର୍ଷିଲେ ନାହିଁ ବରଂ ଦଳର ଭବିଷ୍ୟତକୁ ନେଇ ରଖିଲେ ମଧ୍ୟ ବିସ୍ଫୋରକ ବୟାନ । ଦୁଇ ଦିନ ତଳେ ଅମର ଶତପଥୀ ଗଣମାଧ୍ୟମରେ ବୟାନ ରଖିବା ପରେ ତାଙ୍କୁ ସିଧାସଳଖ ଦଳ ଛାଡିଦେବାକୁ କହି ତାତ୍ସଲ୍ୟ କରିଥିଲେ ଲେଲିନ୍। ଯାହାର ଜବାବରେ ଅମର କହିଛନ୍ତି ବିଜୁ ଜନତା ଦଳ ଗଠନ ରେ ନଥିବା ନେତା ବାସ୍ତବତାକୁ ନ ବୁଝି ବହୁତ କିଛି କହୁଥିବାରୁ ସେମାନଙ୍କ ପ୍ରତି ମୋର ଦୟା ଆସୁଛି । ମୁଁ ସଭାପତିଙ୍କୁ ପ୍ରଶ୍ନ କରିଥିଲି ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଛଦ ପଟରେ କିଏ ଅଛି ସାମ୍ନା ପଟରେ କିଏ ଅଛି ତାହା କହିବାକୁ ଚାହୁଁନି । ମାତ୍ର ଦଳର ପ୍ରଭୁତ କ୍ଷତି ସେହିମାନେ ହିଁ କରୁଛନ୍ତି । ଅମର ଆହୁରି କହିଛନ୍ତି ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହଁ ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ କହିବା ଆରମ୍ଭ କରିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନ ରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି । ଯାହାର ଜବାବ ରଖିଛନ୍ତି ବିଜେଡି ନେତା ସୁଧୀର ସାମଲ

ପ୍ରଶ୍ନ ଦଳର ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ କାଉଣ୍ଟର କରିବାକୁ ମୁଖପାତ୍ର ଲେଲିନ୍ ମହାନ୍ତିକୁ କହିଥିଲା କିଏ । କାହା ନିଷ୍ପତ୍ତିରେ ଲେଲିନ୍ ଆସି ବରିଷ୍ଠ ନେତାଙ୍କୁ ଦଳରୁ ବାହାରିବାକୁ ଦେଲେ ମନ୍ତବ୍ୟ । ସୁଲତା ଦେଓଙ୍କ ଖବର ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରସାରଣ କରିବାକୁ ନେଇ ସାମ୍ବାଦିକ ସମ୍ମୀଳନି କରିଥିଲେ ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । କିନ୍ତୁ ଏଠି ଦଳର ବରିଷ୍ଠ ନେତାଙ୍କ ଅଭିଯୋଗ ବେଳେ ନା ସଭାପତି ନା ସମନ୍ବୟ କମିଟି ଅଧ୍ୟକ୍ଷ କେହି ସାମ୍ନାକୁ ନ ଆସି ମୁଖପାତ୍ର ଆସି ଏପରି କହିବା ପ୍ରଚ୍ଛଦପଟର ନିଷ୍ପତ୍ତି ନଥିଲା ତ। ତେବେ ଚର୍ଚ୍ଚା ବିଜେଡିରେ ସବୁ ଠିକ୍ ତ

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ